ମୁକ୍ତିଲାଭ କଲା ବାୟୋପିକ୍ ସିନେମା ‘ସଂଜୁ’! ବିଭିନ୍ନ ପ୍ରେକ୍ଷାଳୟରେ ଲାଗିଛି ଦର୍ଶକଙ୍କ ଗହଳି ।

43

ବହୁ ପ୍ରତିକ୍ଷାର ଅନ୍ତ ହୋଇଛି । ଶେଷରେ ପରଦାକୁ ଆସିଛି ବର୍ଷର ମୋଷ୍ଟ ଆୱେଟେଡ୍ ସିନେମା ସଂଜୁ । ଫିଲ୍ମଟି ଅଭିନେତା ସଂଜୟ ଦତଙ୍କ ଜୀବନୀକୁ ନେଇ ଗତିଶୀଳ ହୋଇଛି । ଆଉ ପରଦାରେ ସଂଜୟ ଦତଙ୍କ ଚରିତ୍ର ତୁଲାଇଛନ୍ତି ଅଭିନେତା ରଣବିର କପୁର । ସଂଜୟଙ୍କ ଜୀବନର ଅନେକ ଅକୁହା କଥା ଦେଖିବାକୁ ମିଳିଛି ଏହି ଫିଲ୍ମରେ ।

ବିନୋଦ ଚୋପ୍ରା ଫିଲ୍ମସ୍,ରାଜକୁମାର୍ ହିରାନୀ ଫିଲ୍ମସ୍, ଫକ୍ସ ଷ୍ଟାର୍ ଷ୍ଟୁଡିଓଜ୍ ସହ ମିଳିତ ସହଯୋଗରେ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର ସଂଜୁ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାଜକୁମାର ହିରାନୀ । ଫିଲ୍ମରେ ପରେଶ ରାୱଲ୍ଙ୍କୁ ସୁନିଲ୍ ଦତଙ୍କ ଚରିତ୍ର, ମନୀଷା କ୍ୱେରାଲାଙ୍କୁ ନରଗିଶଙ୍କ ଚରିତ୍ରରେ, ସୋନମ୍ କପୁରଙ୍କୁ ଟିନା ମୁନିମ୍ ଭାବେ, ଦିଆ ମିର୍ଜାଙ୍କୁ ମାନ୍ୟତା ଦତଙ୍କ ଭୂମିକାରେ ଦେଖିବାକୁ ମିଳିଛି ଏହି ଫିଲ୍ମରେ ।