ବିଜେପି ନେତାଙ୍କ ସଂଗୀନ ଅଭିଯୋଗ! ଭୋଟିଙ୍ଗ୍ ରେ ହେଉଛି ଜାଲିଆତି । ବୁର୍ଖା ପିନ୍ଧି ଏକାଧିକ ବାର ଭୋଟ୍ ପକାଉଛନ୍ତି ଭୋଟର୍ ।

185

ଲୋକସଭା ନିର୍ବାଚନର ମହାପରୀକ୍ଷା ଆରମ୍ଭ ହୋଇଯାଇଛି । ଦେଶର ୨୦ ଟି ରାଜ୍ୟ ଏବଂ ୯୧ ଟି ସିଟ୍ ରେ ମତଦାନ ହେଉଛି ଏବଂ ଅନେକ ସଂଖ୍ୟାରେ ଭୋଟର ମତଦାନ କରିବା ପାଇଁ ଆସୁଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବିବାଦ ସହ ଆରମ୍ଭ ହୋଇଛି । ଉତ୍ତରପ୍ରଦେଶର ମୁଜାଫରନଗରରେ ବିଜେପି ପ୍ରାର୍ଥୀ ସଂଜୀବ ବାଲିୟାନ୍ ଏବେ ଜାଲିଆତୀ ଭୋଟିଙ୍ଗ୍୍ କୁ ନେଇ ଅଭିଯୋଗ ଆଣିଛନ୍ତି । ତାଙ୍କ କହିବାନୁସାରେ, ମୁଜାଫରନଗରର ସୁଜଦୋ ଗ୍ରାମରେ ଜାଲିରେ ଭୋଟ୍ ଦିଆଯାଉଛି । ସଂଜୀବ ବାଲିୟାନ୍ ଅଭିଯୋଗ ଲଗାଇଛନ୍ତି ଯେ ଯେଉଁ ମହିଳାମାନେ ବୁର୍ଖା ପିନ୍ଧି ଆସୁଛନ୍ତି ତାଙ୍କ ଚେକିଙ୍ଗ୍ ହେଉନାହିଁ । ମୋତେ ଲାଗୁଛି ଯେ ଏହି ଭୋଟ୍ ରେ ଜାଲିଆତୀ ହେଉଛି । ଯଦି ଏହାର ଜାଞ୍ଚ୍ କରାନଯାଏ ତେବେ ମୁଁ ଦ୍ୱିତୀୟଥର ମତଦାନ କରିବା ପାଇଁ ଅପିଲ୍ କରିବି ।

ସେ କହିଛନ୍ତି ଯେ ମୁଁ ସମୀକରଣ ହିସାବରେ ଚାଲିବି ନାହିଁ । ୨୪ ଘଣ୍ଟା ଜନତାଙ୍କ ମଧ୍ୟରେ ରହିଥାଏ । ସେ ଅଭିଯୋଗ ଲଗାଇଛନ୍ତି କି ଜମାତ- ଏ-ଇସଲାମି ହିନ୍ଦ୍ ଭୋଟର ଧ୍ରୁବୀକରଣ କରୁଛି । ଆମେ ତାଙ୍କ ବିରୋଧରେ ଏତଲା ଦେଇଛୁ । ଜଣେ ମହିଳା ବିନା ହସ୍ତାକ୍ଷର କରି ଭୋଟ୍ ଦେଉଥିଲେ । ସେ କହିଥିଲେ ଏଠାରେ ୨୬ ବୁଥ୍ ରହିଛି ଯେଉଁଠାରେ ୨୩ ରୁ ୨୪ ଟି ବୁଥରେ ତାଙ୍କର କେହି ଏଜେଣ୍ଟ୍ ନାହାଁନ୍ତି ।

ଏହାଛଡା ଏଭଳି ଅନେକ ମାମଲା ସାମ୍ନାକୁ ଆସୁଛି ଯାହା ଶୁଣିଲେ ସମସ୍ତଙ୍କୁ ଝଟକା ଲାଗିବ ନିଶ୍ଚୟ । ଛତିଶଗଡର ନାରାୟଣପୁରରେ ନକ୍ସଲଙ୍କ ଦ୍ୱାରା ଆଇଇଡି ବ୍ଲାଷ୍ଟ ପାଇଁ ଷଡଯନ୍ତ୍ର କରାଯାଇଥିଲା । କିନ୍ତୁ ଏହା ଅସଫଳ ହୋଇଯାଇଛି । ନକ୍ସଲ ଲଗାତାର ନିର୍ବାଚନ ବିରୋଧ କରୁଛନ୍ତି । ବିହାରର ଲୋକସଭା ସିଟ୍ ପୋଲିଙ୍ଗ୍ ବୁଥ୍ ପାଖାରୁ ବମ୍ ମିଳିଥିବା ଖବର ମଧ୍ୟ ଆସୁଛି । ଆନ୍ଧ୍ରପ୍ରଦେଶରେ ଇଭିଏମ୍ ମେସିନ୍ କୁ କ୍ଷତି ପହଂଚାଇଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।