ସଂଜୟଙ୍କ ପାଜେରୋ ସହ ବିଜେପି ଯୋଡିଲା ଆଉ ଏକ ଅଭିଯୋଗ

42

ଭୁବନେଶ୍ୱର : ସଂଜୟଙ୍କୁ ସିବିଆଇ ନୋଟିସ ପରେ ବିଜେପି ପ୍ରେସମିଟ୍ କରିଛି । ଯେଉଁଥିରେ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କୁ ଯଥାଶୀଘ୍ର ସିବିଆଇ ତଦନ୍ତ ପରିସରଭୁକ୍ତ କରୁ ବୋଲି ଦାବି ହୋଇଛି । ପାଜେରୋ ପ୍ରସଙ୍ଗକୁ ନେଇ ତୁରନ୍ତ ଦାସବର୍ମାଙ୍କୁ ସିବିଆଇ ଜେରା କରୁ , ଯାହାଫଳରେ ପ୍ରକୃତ ତଥ୍ୟ ପଦାକୁ ଆସିବ । ଅନ୍ୟପଟେ ଖାରବେଳନଗର ଲେବର କଲୋନୀ  ଏଲ ୩/୨ ଘରେ ଚାଲୁଥିବା ୫ ଟି କମ୍ପାନୀର କାର୍ଯ୍ୟାଳୟକୁ ସିବିଆଇ ତଦନ୍ତ ପରିସରକୁ ଆଣୁ । ଏହି କମ୍ପାନୀମାନଙ୍କରେ ବିଭନ୍ନ ପଦପଦବୀରେ ଥିବା ମନ୍ତ୍ରୀଙ୍କ ସଂମ୍ପର୍କୀୟ ଚିଟଫଣ୍ଡ ଦୁର୍ନିତିରେ ସଂମ୍ପୁକ୍ତ ଥିବା ବିଜେପି ଅଭିଯୋଗ ଆଣିଛି । ସେପଟେ କଂଗ୍ରେସର ମଧ୍ୟ ସମାନ ଅଭିଯୋଗ । ସଂଜୟଙ୍କୁ କାଠଗଡାକୁ ଟାଣିଥିବା ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ର ବି ଉଠାଇଲେ ସମାନ ଅଭିଯୋଗ ।