ଓଲିଉଡର ଦୁର୍ଦ୍ଦଶା ପାଇଁ ରାଜ୍ୟ ସରକାର ଦାୟୀ : ପ୍ରଯୋଜକ ସଂଜୟ ନାୟକ

23

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଲିଉଡରେ ଦୁର୍ଦ୍ଦିନ, କାଷ୍ଟିକାଉଚ୍ ଏବଂ ଚିଟଫଣ୍ଡ ଲିଙ୍କ୍ ପାଇଁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସିନେ ପ୍ରଯୋଜକ ସଞ୍ଜୟ ନାୟକ । ଓଲିଉଡର ବିକାଶ ପାଇଁ ରାଜ୍ୟ ଚଳଚ୍ଚିତ୍ର ନିଗମ ଗୁରୁତ୍ୱ ଦେଉନଥିବା ସେ ଅଭିଯୋଗ କରିଛନ୍ତି । ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ ମୁନ୍ନା ଖାନଙ୍କୁ ଟାର୍ଗେଟ କରି ସଞ୍ଜୟ କହିଛନ୍ତି ଫିଲ୍ମ ନିଗମ ଏବେ ଏକ ମୃତ ସଂସ୍ଥା । ନିଗମର ଅଧ୍ୟକ୍ଷ ଇଣ୍ଡଷ୍ଟ୍ରିର ଉନ୍ନତି ପାଇଁ କିଛି ବି କରିନଥିବା ସେ ଅଭିଯୋଗ କରିଛନ୍ତି । ସଂଜୟଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ଫିଲ୍ମ ନିଗମର ଅଧ୍ୟକ୍ଷ ମୁନ୍ନା ଖାନ୍ । ସଂଜୟ ଫିଲ୍ମ ଇଣ୍ଡଷ୍ଟ୍ରିର କେଉଁ ଭଳି ବିକାଶ ଚାହିଁଛନ୍ତି ତାହା ସ୍ପଷ୍ଟ କରନ୍ତୁ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି । ପ୍ରଯୋଜକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଲୋନ ଦିଆଯାଉଛି, କଳିଙ୍ଗ ଷ୍ଟାଡିୟମର ପୁନରୁଦ୍ଧାର ପାଇଁ କାର୍ଯ୍ୟ ଚାଲିଛି ବୋଲି ସେ କହିଛନ୍ତି ।