ଦର୍ଶକଙ୍କୁ ଝଟକା ! ଏବର୍ଷ ରିଲିଜ ହୋଇପାରିବନି ରଣବୀର ସିଂ ଓ ଦୀପିକା ପାଦୁକୋନଙ୍କ ସିନେମା ‘ପଦ୍ମାବତୀ’

47

‘ପଦ୍ମାବତୀ’ ସିନେମାକୁ ଦେଖିବା ପାଇଁ ଦର୍ଶକ ଚାହିଁ ବସିଛନ୍ତି । କିନ୍ତୁ ଦର୍ଶକଙ୍କ ପାଇଁ ଖବର ଭଲ ନୁହେଁ । କାଣ ଚଳିତ ବର୍ଷ ରିଲିଜ ହୋଇପାରିବନି ରବଣୀର ସିଂ, ଦୀପିକା ପାଦୁକୋନ ଓ ଶାହିଦ କପୁରଙ୍କ ସିନେମା ‘ପଦ୍ମାବତୀ’ । ଆସନ୍ତା ବର୍ଷ ଏପ୍ରିଲ ପର୍ଯ୍ୟନ୍ତ ସିନେମାର ରିଲିଜକୁ ଟାଳି ଦିଆଯାଇଛି । ପ୍ରଥମରୁ ଖବର ଆସୁଥିଲା ସଞ୍ଜୟ ଲୀଲା ଭନସାଲୀଙ୍କ ସିନେମା ଚଳିତ ବର୍ଷ ନଭେମ୍ବର ୧୭ରେ ରିଲିଜ ହେବ । କିନ୍ତୁ ଏବେ ‘ପଦ୍ମାବତୀ’ ସିନେମାର ରିଲିଜ ତାରିଖ ଘୁଞ୍ଚିଯାଇଛି । ତେବେ ଏହାର କାରଣ ଅନେକ ଅଛି ବୋଲି କୁହାଯାଉଛିି । ସ୍ପେିସିଆଲ ଇଫେକ୍ଟ ଓ ସିନେମାର ଅନେକ ଦୃଶ୍ୟର ସୁଟିଂ ବାକି ଥିବା ଯୋଗୁଁ ସିନେମାର ଚଳିତ ବର୍ଷ ରିଲିଜ ହୋଇପାରୁ ନାହିଁ । ତେବେ ଭନସାଲୀ ହାଉସ ତରଫରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମଳିନାହିଁ । ତେବେ ମିଡ଼ିଆ ରିପୋର୍ଟ ଅନୁୁସାରେ ଚଳିତ ବର୍ଷ ସିନେମା ରିଲିଜ ହେବାର କୌଣସି ଆଶା ଦେଖାଯାଉନାହିଁ ।

ସୂତ୍ର ଅନୁସାରେ, ଆସନ୍ତା ବର୍ଷ ଏପ୍ରିଲରେ ହିଁ ରିଲିଜ ହେବ ସିନେମା । ଆଉ ଏପ୍ରିଲରେ ସ୍କୁଲ ଛୁଟି ଯୋଗୁଁ ସିନେମାକୁ ଅଧିକ ଲାଭ ମଧ୍ୟ ମିଳିବ ବୋଲି ଆଶା କରାଯାଉଛି । ଏହି ସିନେମା ୧୫୦ କୋଟି ବ୍ୟୟରେ ତିଆରି ହୋଇଛି । ଏଥିପାଇଁ ଯେକୌଣସି ସ୍ଥିତିରେ ସିନେମା ଭଲ ଆୟ କରୁ ବୋଲି ଚାହୁଁଛନ୍ତି ନିର୍ମାତା ଓ ନିର୍ଦ୍ଦେଶକ । ଏଥିପାଇଁ ସିନେମାର ଷ୍ଟାରକାଷ୍ଟ ମଧ୍ୟ ବହୁତ ପରିଶ୍ରମ କରୁଛନ୍ତି । ସିନେମାର ପୋଷ୍ଟ ପ୍ରଡ଼କ୍ସନ ପାଇଁ ମଧ୍ୟ ବହୁତ ସମୟ ଲାଗିବ ବୋଲି ଆଶା କରାଯାଉଛି ।

ସୂଚନାଯୋଗ୍ୟ ମହାରାଣୀ ‘ପଦ୍ମାବତୀ’ଙ୍କ ଆତ୍ମଜୀନବୀ ଉପରେ ଆଧାରିତ ଏହି ସିନେମା । ପଦ୍ମାବତୀ ଭୂମିକାରେ ନଜର ଆସିବେ ଦୀପିକା ପାଦୁକୋନ । ରଣଣୀର ସିଂ ଆଲ୍ଲାଉଦିନ ଖିଲିଜି ଓ ଶାହିଦ କପୁର ରାଜା ରତନ ସିଂ ଭୂମିକାରେ ଅଭିନୟ କରୁଛନ୍ତି । ଏହି ସିନେମାରେ ଆଦିତି ରାଓ ହାଇଦ୍ରୀ ମଧ୍ୟ ଏକ ଗୁରୁତ୍ୱପର୍ଣ୍ଣ ଭୂମିକାରେ ନଜର ଆସିବେ । ଭନସାଲୀଙ୍କ ଏହି ସିନେମା ପୂର୍ବରୁ ଅନେକ ମୁସ୍କିଲର ସାମ୍ନା କରିସାରିଛି  ପ୍ରଥମେ ଜୟପୁରରେ ସୁଟିଂ ସମୟରେ ସିନେମାକୁ ବିରୋଧ ପ୍ରଦର୍ଶନ ଆଉ ଏବେ ପୁଣି ଥରେ ଆଠ ମାସ ପାଇଁ ଘୁଞ୍ଚିଗଲା ସିନେମାର ରିଲିଜ ତାରିଖ ।