“ପଦ୍ମାବତୀ’ ସିନେମାର ସୁଟିଂ ସେଟରେ ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲିଙ୍କୁ ଆକ୍ରମଣ

38

ରାଜସ୍ଥାନର ଜୟପୁରରେ ଚାଲିଥିବା ବଲିଉଡ ମୁଭି “ପଦ୍ମାବତୀ‘ର ସୁଟିଂ ସେଟରେ ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲିଙ୍କୁ ଆକ୍ରମଣ । ରାଜପୁତ କରଣୀ ସେନା ସୁଟିଂ ସେଟରେ ବିରୋଧ ପ୍ରଦର୍ଶନ କରିଛନ୍ତି । ରାଣୀ ପଦ୍ମାବତୀଙ୍କ ଚରିତ୍ରକୁ ଫିଲ୍ମରେ ଭିନ୍ନ ଢଙ୍ଗରେ ଉପସ୍ଥାପନ କରାଯାଇଥିବା ଅଭିଯୋଗ କରିଛନ୍ତି ବିକ୍ଷୋଭକାରୀ । ସୁଟିଂ ସେଟରେ ଆସବାବପତ୍ର ଭଙ୍ଗାରୁଜା କରିବା ସହ ସୁଟିଂ ବନ୍ଦ କରିଦେଇଥିଲେ ଆନ୍ଦୋଳନକାରୀ ।

“ପଦ୍ମାବତୀ’ ସିନେମାର ସୁଟିଂ ଜୟଗଡରେ ଚାଲୁଥିଲା । ରାଜପୁତ କରଣୀ ସେନା ସୁଟିଂ ସେଟରେ ପହଂଚି ସୁଟିଂ ବନ୍ଦ କରିବା ସହ ନିର୍ଦ୍ଦେଶକଙ୍କୁ ଡାକିବାକୁ ଜିଦ କରିଥିଲେ । ପଦ୍ମାବତୀ ସିନେମାର ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲି କରଣୀ ସେନାଙ୍କ ପାଖରେ ପହଂଚି ବୁଝାସୁଝା କରିଥିଲେ ।

ପଦ୍ମାବତୀ ଚରିତ୍ରରେ କିଛି ବି ଅତିରଞ୍ଜିତ କରାଯାଉନଥିବା କହିଥିଲେ ଭଂସାଲି । ତେବେ ବିକ୍ଷୋଭକାରୀ ଭଂସାଲିଙ୍କୁ ଚାପୁଡା ମାରିବା ସହ ଚୁଟି ଟାଣିଥିବା ଅଭିଯୋଗ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଂଚି ୨୦ କରଣୀ ସେନା ସଦସ୍ୟଙ୍କୁ ଗିରଫ କରିଛି । ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ଥାନ ଗୃହ ମନ୍ତ୍ରୀ ।