ସଂଜୟ ଦତ୍ତଙ୍କ ଓଡିଶା ଲିଙ୍କ୍ : କେସରୁ ଖସିବା ପାଇଁ ୧୯୯୬ରେ ପୁରୀ ବିମଳା ମନ୍ଦିରରେ ଚଣ୍ଡିପାଠ ଓ ଜଗନ୍ନାଥଙ୍କ ପାଖରେ ବିଷ୍ଣୁ ସହସ୍ର ନାମ କରିଥିଲେ ବାପା ସୁନୀଲ ଦତ୍ତ

59

କନକ ବ୍ୟୁରୋ : ସଂଜୟ ଦତଙ୍କ ଆତ୍ମଜୀବନୀ ଉପରେ ନିର୍ମିତ ଫିଲ୍ମ ‘ସଂଜୁ’କୁ ନେଇ ଯେତେବେଳେ ସାରା ଦେଶରେ ଚର୍ଚ୍ଚା ଚାଲିଛି, ଠିକ୍ ସେତିକିବେଳେ ଆସିଛି ଆଉ ଏକ ନୂଆ ତଥା ରୋଚକ କାହାଣୀ । ସଂଜୟ ଦତ୍ତଙ୍କ ଓଡ଼ିଶା କନେକ୍ସନର କାହାଣୀ । ବାପା ସୁନୀଲ ଦତ୍ତଙ୍କ ଜଗନ୍ନାଥ ଉପାସନାର କଥା । କାହାଣୀ ହେଉଛି ୯୦ ଦଶକର । ସେତେବେଳେ ଜେଲରେ ଥାନ୍ତି ବଲିଉଡ ଅଭିନେତା ସଂଜୟ ଦତ୍ତ । ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ଟାଡା କୋର୍ଟ ଦ୍ୱାରା ଦଣ୍ଡିତ ହେବା ପରେ କାଳକୋଠରୀ ଭିତରେ ଦିନ ଗଣୁଥାନ୍ତି । ପୁଅର ମୁକ୍ତି ପାଇଁ ସବୁ ଉଦ୍ୟମ ହେବା ପରେ ପ୍ରଭୁ ଜଗନ୍ନାଥଙ୍କ ଶରଣାପନ୍ନ ହୋଇଥିଲେ ସୁନିଲ ଦତ୍ତ ।

sanju

ପୁଅର ମୁକ୍ତି ପାଇଁ ମା’ ବିମଳାଙ୍କ ନିକଟରେ ପୁଅର ମୁକ୍ତି ପାଇଁ ଶରଣାପନ୍ନ ହୋଇଥିଲେ ସୁନିଲ ଦତ୍ତ । ଜେଲରୁ ପୁଅକୁ ମୁକୁଳାଇବା ପାଇଁ ସମସ୍ତ ପ୍ରୟାସ ବିଫଳ ହେବା ପରେ ପୁରୀରେ ପହଂଚିଥିଲେ ସୁନୀଲ ଦତ୍ତ । ଆଇନ-କାନୁନର ବାଟ ଯେତେବେଳେ ଏକ ପ୍ରକାର ବନ୍ଦ ହୋଇ ଯାଇଥିଲା, ହୁଏତ ସେତେବେଳେ ଧାର୍ମିକ ବିଶ୍ୱାସ ଉପରେ ଆସ୍ଥା ରଖି ଧାଇଁ ଆସିଥିଲେ ଶ୍ରୀକ୍ଷେତ୍ର । ମା’ ବିମଳାଙ୍କ ପୀଠରେ ଚାଲିଥିଲା ଚଣ୍ଡିପାଠ ଏବଂ ଜଗନ୍ନାଥଙ୍କ ନିକଟରେ ହୋଇଥିଲା ବିଷ୍ଣୁ ସହସ୍ର ନାମର ଜପ । ଏକମନ ଏକଳୟରେ ଚାଲିଥିଲା ପୂଜାର୍ଚ୍ଚନା ।

sanjay-dutt-
Source:
aajtak.com

ଦୀର୍ଘ ଦିନି ତିନ କାଳ ପୁରୀରେ ରହି ପୁଅର ମୁକ୍ତି ପାଇଁ କ୍ରମାଗତ ଭାବରେ ସାଧନା କରିଥିଲେ ସଂଜୟ ଦତଙ୍କ ବାପା ସୁନୀଲ ଦତ୍ତ । ଭଗବାନଙ୍କ ଚମତ୍କାର କୁହନ୍ତୁ ବା ଅନ୍ୟ କିଛି, ଏ ପୂଜାପାଠ ପରେ ଏକ ଆଶ୍ଚର୍ଯ୍ୟଜନକ ବୟାନ ରଖିଥିଲେ ବୈଦିକ ବ୍ରାହ୍ମଣଙ୍କ ସାମ୍ନାରେ । ସୁନୀଲ ଦତ୍ତ କହିଲେ- ବିଚଳିତ ଥିବା ମନ ଏବେ ଶାନ୍ତ ହୋଇଛି । ଲାଗୁଛି ଯେମିତି କେଉଁ ଅଦୃଶ୍ୟ ଶକ୍ତି ମୋତେ ସମସ୍ତ ବନ୍ଧନରୁ ମୁକ୍ତ କରି ଦେଉଛି । ଆଉ ଆଶ୍ଚର୍ଯ୍ୟଜନକ ଭାବରେ ସୁନୀଲ ଦତ୍ତ ପୁରୀରୁ ମୁମ୍ବାଇ ଫେରି ଯିବାର ମାତ୍ର ୭ ଦିନ ପରେ ସଞ୍ଜୟ ଜେଲରୁ ମୁକୁଳିଥିଲେ ।

ବଡ କଥା ହେଉଛି- ସଂଜୟ ଦତ୍ତ ଜେଲରୁ ମୁକୁଳିବା ପରେ ପୁଣି ଥରେ ପୁରୀ ଆସିଥିଲେ ସୁନୀଲ ଦତ୍ତ । ଏହି ଗସ୍ତରେ ଜଗନ୍ନାଥଙ୍କ ଆର୍ଶୀବାଦ ନେବା ସହ ସେହି ପୂଜକମାନଙ୍କୁ ଧନ୍ୟବାଦ ଦେବାକୁ ଭୁଲି ନଥିଲେ ସୁନୀଲ ଦତ୍ତ । ଆଜି ଯେଉଁମାନେ ସିନେମା ହଲରୁ ସଂଜୁ ଫିଲ୍ମ ଦେଖି ଫେରିଥିବେ, ହୁଏତ ସେମାନେ ସଂଜୟ ଦତ୍ତଙ୍କ ଜୀବନ କାହାଣୀର ଅନେକ ଅକୁହା କଥା ଜାଣିଥିବେ । ହେଲେ ସଂଜୟ ଦତ୍ତଙ୍କ ଏହି ଓଡ଼ିଶା କନେକ୍ସନର କାହାଣୀ ବି କୌଣସି ଫିଲ୍ମ କାହାଣୀ ଠାରୁ କମ୍ ନୁହେଁ ।