ସଂଜୟ ଦତ୍ତ ରଣବୀର କପୁରଙ୍କ ଉଡାଇଲେ ମଜାକ୍ ! ମଜାକ୍ ପଛର କାରଣ କଣ ହୋଇପାରେ

48

zସମସ୍ତେ ଜାଣନ୍ତି ସଂଜୟ ଦତ୍ତଙ୍କ ଉପରେ ତିଆରି ହେଉଥିବା ବାୟୋପିକ ସିନେମାରେ ଅଭିନେତା ରଣବୀର କପୁର, ସଂଜୟଙ୍କ ଭୂମିକାରେ ଅଭିନୟ କରିବେ । କିନ୍ତୁ ଲାଗୁଛି ସଂଜୟ ରଣବୀରଙ୍କୁ ନେଇ ବିଲକୁଲ ଖୁସି ନାହାଁନ୍ତି । ନିକଟରେ ସଂଜୟ ରଣବୀର କପୁରଙ୍କ ବିଷୟରେ ଏପରି କିଛି କହିଛନ୍ତି ଯାହା ଶୁଣି ରଣବୀର ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ପ୍ରକୃତ କଥା ହେଲା କିଛି ଦିନ ପୂର୍ବରୁ ସଂଜୟ ଦତ୍ତ ତାଙ୍କ ଘରେ ଏକ ପାର୍ଟିର ଆୟୋଜନ କରିଥିଲେ । ଯେଉଁଠି ରଣବୀର କପୁରଙ୍କ ବ୍ୟତିତ ସଂଜୟଙ୍କ ଉପରେ ନିର୍ମିତ ହେଉଥିବା ବାୟୋପିକର ନିର୍ଦ୍ଦେଶକ ରାଜ କୁମାର ହୀରାନି ଓ ଅନ୍ୟ କିଛି ଲୋକ ମଧ୍ୟ ଉପସ୍ଥିତ ଥିଲେ । ସଂପୃକ୍ତ ପାର୍ଟିରେ ସଂଜୟ ଦତ୍ତ ଅତ୍ୟଧିକ ମଦ୍ୟପାନ କରିଥିବା ହେତୁ ମାତାଲ ଅବସ୍ଥାରେ ରଣବୀରଙ୍କୁ ଡାକି କହିଲେ ମୁଁ ତୁମକୁ ନେଇ ଏକ ସିନେମା ତିଆରି କରିବା ପାଇଁ ଚାହୁଁଛି ଯାହାର ନାମ ହେବ “ଲଡ୍ଡୁ’ । ଏହାପରେ ଆମେ ଇମରତି,ପେଡା,ଜଲେବି ନାମରେ ସିନେମା ମଧ୍ୟ ତିଆରି କରିବୁ । ନିକଟରେ ମୁଁ ତୁମ ସିନେମା “ବର୍ଫି’ ଦେଖିଲି । ତୁମେ ଏପରି ସିନେମା କିପରି କରି ପାରୁଛ । ମୁଁ ଜାଣି ପାରୁନି ତୁମକୁ ମୋ ଭୂମିକାରେ ଅଭିନୟ କରିବା ପାଇଁ କିଏ କିପରି ସାଇନ କରିନେଲେ ।

ଏକଥା ଶୁଣିବା ପରେ ସମସ୍ତେ ଭାବିଥିଲେ ଏବେ କିଛି ବହୁତ ଖରାପ ହେବ । କିନ୍ତୁ ସଂଜୟ ଦତ୍ତଙ୍କ ସମ୍ମାନ ଦୃଷ୍ଟିରୁ oରଣବୀର ସେଠାରେ ଛିଡା ହୋଇ ରହିଲେ । ଅଚାନକ ସଂଜୟ ଦତ୍ତ ରାଗିଯାଇ ରଣବୀରଙ୍କୁ କହିଲେ ତୁମକୁ ମ୍ୟାଚୋ ମ୍ୟାନ୍ ପରି ଦେଖାଯିବା ଦରକାର । “ବର୍ଫି’ ସିନେମା କରିବା ପରିବର୍ତ୍ତେ ତୁମେ ଆକ୍ସନରେ ଭରପୂର ସିନେମାରେ କାମ କରିବା ଦରକାର ବୋଲି ବହୁତ ଲେକଚର ଦେବାରେ ଲାଗିଲେ ସେ । ଏପରିସ୍ଥଳେ ସଂଜୟଙ୍କ ପତ୍ନୀ ମାନ୍ୟତା ସମସ୍ତଙ୍କୁ ଡିନର ପାଇଁ ଡାକିଥିଲେ । ତାପରେ ଯାଇକି ମାହୋଲ ଟିକେ ଥଂଡା ପଡିଥିଲା ।

କିନ୍ତୁ ଏପରି ଅବସ୍ଥାରେ ରଣବୀର ନା କିଛି କହିପାରୁ ଥିଲେ ନା ଭଲରେ ପାର୍ଟିକୁ ଉପଭୋଗ କରି ପାରିଥିଲେ । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ସଂଜୟ ଦତ୍ତ ଯାହାକୁ ନିଜ ରୋଲ ଭଲ କରିପାରିବ ବୋଲି ଫିଟ୍ ମାନୁଥିଲେ ଆଜି ହଠାତ ଏମିତି କିଛି ହେବାର କାରଣ କଣ କେହି ଜାଣି ପାରିନଥିଲେ । ଏବେ ଆଗକୁ ଜଣାପଡିବ ସଂଜୟଙ୍କ ଏପରି ବ୍ୟବହାର ପରେ ରଣବୀର କପୁର ଓ ରାଜ କୁମାର ହୀରାନିଙ୍କର କଣ ପ୍ରତିକ୍ରିୟା ରହିବ । ସଂଜୟ ଦତ୍ତଙ୍କ ଉପରେ ତିଆରି ହେଉଥିବା ଏଇ ସିନେମା ତାଙ୍କ ଜୀବନର କାହାଣୀକୁ ନେଇ ତିଆରି ହେଉଛି ।