ପୁଣି ଅଡୁଆରେ ମୁନ୍ନା ଭାଇ ! ଆଉ ଥରେ ଜେଲ୍ ଯାଇପାରନ୍ତି ସଞ୍ଜୟ ଦତ୍ତ

2

ମୁନ୍ନା ଭାଇଙ୍କ ବଢିଲା ଅଡୁଆ । ସଞ୍ଜୟ ଦତ୍ତଙ୍କ ପିଛା ଛାଡୁନି ବିବାଦ । ପୁଣି ଥରେ ଜେଲ୍ ଯାଇପାରନ୍ତି ଅଭିନେତା ସଞ୍ଜୟ ଦତ୍ତ । ୧୯୯୩ ମୁମ୍ବାଇ ବିସ୍ପୋରଣରେ ଜେଲ୍ ଦଣ୍ଡ ଭୋଗୁଥିବା ସଞ୍ଜୟ ସମୟ ପୂର୍ବରୁ ମୁକୁଳିଥିଲେ । ଏହା ସହ ଅଭିଯୋଗ ହୋଇଥିଲା ଯେ ଜେଲ୍ ଭିତରେ ତାଙ୍କୁ ଭିଆଇପି ଟ୍ରିଟମେଂଟ୍ ଦିଆଯାଉଥିଲା । ତେଣୁ ଏନେଇ ଯାଂଚ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ସରକାର ।

ସରକାର ବମ୍ବେ ହାଇକୋର୍ଟକୁ କହିଛନ୍ତି ଯଦି ସଞ୍ଜୟଙ୍କୁ ଭିଆଇପି ଟିଟମେଂଟ୍ ଦେବା ଅଭିଯୋଗ ପ୍ରମାଣିତ ହୁଏ କିମ୍ବା ପାରୋଲ୍ ଦିଆଯିବାରେ କୌଣସି ନିୟମର ଉଲଂଘନ ହୋଇଥାଏ ତେବେ ତାଙ୍କୁ ପୁଣି ଥରେ ଜେଲ୍ ଦଣ୍ଡ ହେବ । ଗତ ମାସରେ ସମୟ ପୂର୍ବରୁ ସଞ୍ଜୟଙ୍କୁ ଜେଲରୁ ମୁକୁଳାଇବା ଘଟଣାରେ ମହାରାଷ୍ଟ୍ର ସରକାରଙ୍କୁ ଜବାବ୍ ତଲବ୍ କରିଥିଲେ ବମ୍ବେ ହାଇକୋର୍ଟ ।

ନିଜ ଉତ୍ତମ ବ୍ୟବହାର ପାଇଁ ସଞ୍ଜୟ ଦତ୍ତ ଜେଲ୍ ଦଣ୍ଡ ଶେଷ ହେବାର ୮ ମାସ ପୂର୍ବରୁ ମୁକୁଳିଥିଲେ । କିନ୍ତୁ ଏହି ଦଣ୍ଡ ଭିତରେ ସଞ୍ଜୟ ପ୍ରାୟ ୧୦୦ରୁ ଅଧିକ ଥର ପାରୋଲରେ ବାହାରକୁ ଆସିଥିଲେ । ଯାହାକୁ ନେଇ ପ୍ରଶ୍ନ ଉଠିଥିଲା ଯେ ଅଭିନେତା ବୋଲି ସଞ୍ଜୟଙ୍କୁ ଭିଆଇପି ଟ୍ରିଟମେଂଟ୍ ଦିଆଯାଉଛି । ଆଜି ଜଜ୍ ତାଙ୍କ ଉତ୍ତମ ବ୍ୟବହାରକୁ ବିସ୍ତାର ଭାବରେ କହିବା ସହ ଭିଆଇପି ଟ୍ରିଟମେଂଟ୍ ଉପରେ ଯାଂଚ୍ କରିବାକୁ ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଉଲ୍ଲେଖ ଯୋଗ୍ୟ, ସଞ୍ଜୟ ଦତ୍ତ ୧୯୯୩ ବମ୍ବେ ବିସ୍ପେରଣ ସମୟରେ ବେଆଇନ୍ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗ ହୋଇଥିଲା । ତେଣୁ ଦୋଷୀ ସାବ୍ୟସ୍ତ ହେବାରୁ ମୁନ୍ନା ଭାଇଙ୍କୁ ୫ବର୍ଷ ଜେଲ୍ ଦଣ୍ଡ ହୋଇଥିଲା । କିନ୍ତୁ ନିଜ ଉତ୍ତମ ବ୍ୟବହାର କାରଣରୁ ମହାରାଷ୍ଟ୍ର ସରକାର ସଞ୍ଜୟଙ୍କୁ ସଜା ଶେଷ ହେବାର ୮ ମାସ ପୂର୍ବରୁ ତାଙ୍କୁ ମୁକୁଳାଇଥିଲେ ।

Comments are closed.