କଟକରେ ବୈଷୟିକ ଶିକ୍ଷା ମନ୍ତ୍ରୀ ସଂଜୟ ଦାସବର୍ମାଙ୍କୁ ବିରୋଧ : ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କଳା ପତାକା ପ୍ରଦର୍ଶନ

25

କଟକ ବ୍ୟୁରୋ , କନକ ନ୍ୟୁଜ୍ : ବ୍ରହ୍ମପୁରରେ ବର୍ତିଯାଇଥିଲେ , କଟକରେ ଫସିଗଲେ । ବୈଷୟିକ ଶିକ୍ଷା ମନ୍ତ୍ରୀ ସଂଜୟ ଦାସ ବର୍ମାଙ୍କୁ କଟକରେ ଜେରାଦାର ବିରୋଧ । ପୂର୍ବ ନିଷ୍ପତି ମୁତାବକ ଆଜି ମନ୍ତ୍ରୀ ସଂଜୟ ଦାସବର୍ମାଙ୍କୁ ବିରୋଧ ପ୍ରଦର୍ଶନ କରିଛି ବିଜେପି । ବୋଷ ଇଂଜିନିୟରିଂ କଲେଜରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଗଲା ବେଳେ ସଂଜୟ ଦାସ ବର୍ମାଙ୍କୁ କଳା ପତାକା ପ୍ରଦର୍ଶନ କରିଛି ବିଜେପି ଯୁବ ମୋର୍ଚ୍ଚା। ବରଗଡରେ କେନ୍ଦ୍ର ମନ୍ତ୍ରୀଙ୍କ ଗାଡି ଉପରକୁ ଆକ୍ରମଣ ପରେ ବିଜେଡି ନେତା ମନ୍ତ୍ରୀଙ୍କୁ ଜବାବ ଦିଆଯିବ ବୋଲି ବିଜେପି ପକ୍ଷରୁ ଚେତବାନୀ ଦିଆଯାଇଥିଲା। ଏହି କ୍ରମରେ ପ୍ରଥମେ ସ୍ୱାସ୍ଥ୍ୟ ମନ୍ତ୍ରୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ, ଓ ଶ୍ରମ ମନ୍ତ୍ରୀଙ୍କ ପରେ ଏବେ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କୁ ବିଜେପି ବିରୋଧ କରିଛି । ତେବେ ବ୍ରହ୍ମପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମନ୍ତ୍ରୀ ସଂଜୟ ଦାସବର୍ମା ଟ୍ରେନରେ ଯାଇ ଅଲଟୋରେ ଫେରିଥିଲେ । ନାଲିବତି ଗାଡି ବ୍ୟବହାର ନକରି ମନ୍ତ୍ରୀ ବିଜେପି ବିରୋଧରୁ ବର୍ତିଯାଇଥିଲେ ।