ସିବିଆଇ ସ୍କାନରରେ ମନ୍ତ୍ରୀ ସଂଜୟ ଦାସବର୍ମା

26

ସିବିଆଇ ସ୍କାନରରେ ମନ୍ତ୍ରୀ ସଂଜୟ ଦାସବର୍ମା । ଚିଟଫଣ୍ଡ ସଂସ୍ଥା ଅର୍ଥତତ୍ୱର ମାଲିକ ପ୍ରଦୀପ ସେଠୀଙ୍କଠାରୁ ପାଜେରୋ ଗାଡି ଉପହାର ନେବା ଅଭିଯୋଗରେ ସିବିଆଇ ନିକଟରେ ହାଜର ହୋଇଛନ୍ତି ସଂଜୟ ଦାସବର୍ମାଙ୍କ ଓକିଲ । ଏନେଇ ସେ ସିବିଆଇ ନିକଟରେ ତଥ୍ୟ ରଖିଛନ୍ତି ।  ଗତକାଲି ମଧ୍ୟ ଏନେଇ ସଂଜୟଙ୍କ ତରଫରୁ ତାଙ୍କ ପ୍ରତିନିଧି ଗୌରାଙ୍ଗ ସାହୁ ବନ୍ଦ ଲଫାପାରେ ପାଜେରୋ ସମ୍ପର୍କିତ ଡକୁ୍ୟମେଂଟ ସିବିଆଇକୁ ଦେଇଥିଲେ । ପ୍ରଦୀପ ସେଠୀଙ୍କ ଠାରୁ ଦାସବର୍ମା ପାଜେରୋ ଗାଡି ଉପହାର ନେବା ନେଇ ଏକ ଡକୁ୍ୟମେଂଟ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ଏଥିରେ ଉଲ୍ଲେଖ ଥିଲା ଯେ, ମନ୍ତ୍ରୀ ଦାସବର୍ମାଙ୍କୁ  ପ୍ରଦୀପ ସେଠୀ ପାଜେରୋ ଗାଡି ଦେଇଛନ୍ତି । ଏହି ଘଟଣା ମିଡିଆରେ ପ୍ରଚାରିତ ହେବା ପରେ କିଛି ଦିନ ପୂର୍ବରୁ ସିବିଆଇ ମନ୍ତ୍ରୀଙ୍କୁ ନୋଟିସ ଜାରି କରିଥିଲା । ସେପଟେ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ସିବିଆଇ ରାଜନୈତିକ ଉଦେ୍ଦଶ୍ୟ ରଖି ଏପରି କାମ କରୁଛି । ଚାପରେ  ପଡି ସିବିଆଇ ଏପରି କରୁଛି ।