କନକ କନକ୍ଲେଭର ମହାବିତର୍କ-କାଳିଆ କରିବ କୃଷକ କଲ୍ୟାଣ: ବିଜେଡି ବିଧାୟକ ସଂଜୟ ଦାସବର୍ମା କହିଲେ, କୃଷି ଓ କୃଷକଙ୍କୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର

କୃଷି ଋଣ ଛାଡ ଓ ଏମଏସପି ବୃଦ୍ଧି ରାଜକୋଷ ଉପରେ ବୋଝ ବଢାଇବ କହିଲେ ଅମର ପଟ୍ଟନାୟକ

112

କନକ ବ୍ୟୁରୋ: କନକ ନ୍ୟୁଜ କନକ୍ଲେଭରେ ମହାବିତର୍କର ବିଷୟ ଥିଲା କାଳିଆ କରିବ କୃଷକ କଲ୍ୟାଣ । ଏହି ପ୍ରସଙ୍ଗରେ ଆଲୋଚନାରେ ଭାଗ ନେଇ ମତ ରଖିଛନ୍ତି ବିଜେଡି ବିଧାୟକ ସଂଜୟ ଦାସ ବର୍ମା ଓ ଆଇଟି ସେଲ ମୁଖ୍ୟ ଡକ୍ଟର ଅମର ପଟ୍ଟନାୟକ । ରାଜ୍ୟ ସରକାର କୃଷି ଓ କୃଷକର ଉନ୍ନତି ପାଇଁ ପ୍ରୟାସ ଜାରି ରଖିଥିବା କହିଛନ୍ତି ସଂଜୟ ଦାସ ବର୍ମା ।

ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ବଜେଟ ଓ ସ୍ୱତନ୍ତ୍ର କ୍ୟାବିନେଟ ଆଣିବା ପରେ ସବୁଠୁ ବଡ କାଳିଆ ଯୋଜନା ଲାଗୁ କରିଛନ୍ତି । ସେପଟେ କୃଷି ଋଣ ଛାଡ ଓ ଏମଏସପି ବୃଦ୍ଦି ରାଜ୍ୟ ରାଜକୋଷର ବୋଝ ବଢାଇବ ବୋଲି କହିଛନ୍ତି ଅମର ପଟ୍ଟନାୟକ । କାଳିଆ ଯୋଜନାରେ ଦିଆଯାଉଥିବା ଆର୍ଥିକ ସହାୟତା ଚାଷୀଙ୍କ ଜୀବନ ଧାରଣର ମାନରେ ଉନ୍ନତି ଆଣିବ ବୋଲି ମତ ରଖିଛନ୍ତି ଉଭୟ ନେତା ।

ଓଡିଶା ନିର୍ମାଣ କନକ୍ଲେଭରେ ପ୍ରଥମେ ସ୍ୱାଗତ ଅଭିଭାଷଣ ରଖିଥିଲେ ସମ୍ବାଦ ସଂପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ । ନୂଆ ଓଡିଶା ନିର୍ମାଣ ପାଇଁ ପୂର୍ବ ଅତୀତର ନିର୍ମାଣ ପରମ୍ପରାକୁ ଫେରାଇ ଆଣିବାକୁ ସେ ଆହ୍ୱାନ ଦେଇଛନ୍ତି । ଓଡିଶା ନିର୍ମାଣର ପରମ୍ପରା ଅତ୍ୟନ୍ତ ଗୌରବମୟ ଓ ଉଜ୍ୱଳ । ଅତୀତରେ ଓଡିଶା ନିର୍ମାଣ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିଲା ।

ଓଡିଶା ନିର୍ମାଣର ସାକ୍ଷୀ ହେଉଛି, କୋଣାର୍କ ମନ୍ଦିର । କଳା, ସଂସ୍କୃତି ଓ କୃଷି କ୍ଷେତ୍ରରେ ଓଡିଶା ନିର୍ମାଣର ପଟ୍ଟାନ୍ତର ନଥିଲା । ବୈଦେଶିକ ଆକ୍ରମଣ ଓ ନଅଙ୍କ ଦୁର୍ଭିକ୍ଷ ଯୋଗୁ ନିକଟ ଅତୀତ ରାଜ୍ୟର ନିର୍ମାଣ ଉତ୍ସାହପଦ ନଥିଲା । କିନ୍ତୁ ଆଜିର କ୍ଷୁଧାରୁ ମୁକ୍ତି ଆନ୍ଦୋଳନରେ ଓଡିଶା ସଫଳ ହୋଇଥିବା ସୌମ୍ୟରଂଜନ କହିଛନ୍ତି ।ହେଲେ କେବଳ କ୍ଷୁଧା ମୁକ୍ତିରେ ସନ୍ତୁଷ୍ଟ ନହୋଇ ବିକାଶକୁ ଆଗେଇ ନେବାପାଇଁ କହିଛନ୍ତି ସୌମ୍ୟରଂଜନ ।