ବ୍ୟବହୃତ ‘ସାନିଟାରୀ ପ୍ୟାଡ’ ଠାରୁ ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଆସିଯାଇଛି ଏକ ବିକଳ୍ପ : ବ୍ୟବହୃତ ‘ସାନିଟାରୀ ପ୍ୟାଡ’କୁ ନଷ୍ଟ କରିବ ଏହି ମେସିନ୍

32

ବ୍ୟବହାର କରିବା ପରେ ସାନିଟାରୀ ପ୍ୟାଡର କ’ଣ ହୁଏ ? ସାନିଟାରୀ ପ୍ୟାଡ୍ କୁ ନଷ୍ଟ ହେଉନଥିବା ଜିନିଷରେ ଗଣା ହୁଏ ଏବଂ ସେଥିପାଇଁ ତାହାକୁ ସୁରକ୍ଷିତ ଭାବେ ନଷ୍ଟ କରିବା ସବୁବେଳେ ଏକ ବଡ ଚ୍ୟାଲେଂଜ ରହିଛି । ନାଗପୁର ସ୍ଥିତ ଜାତୀୟ ପରିବେଶ ଅନୁସନ୍ଧାନ ସଂସ୍ଥା ‘ନିରୀ’ ର ନେତୃତ୍ୱରେ ଏହାର ସମାଧାନ ଖୋଜିବାର ଏକ ଚେଷ୍ଟା କରିଛିି । ବିଦ୍ୟୁତ୍ ରେ ଚାଲୁଥିବା ଏକ ଛୋଟ ଭାଟି ଯାହା ମଣିଷ ଏବଂ ପରିବେଶ ଦୁହିଁଙ୍କ ସ୍ୱାସ୍ଥ୍ୟର ଯତ୍ନ ରଖିବାରେ ସକ୍ଷମ । ସ୍ୱୟଂ ସହାୟକ ଗୋଷ୍ଠୀ, ନଗରପାଳିକା ସହିତ ମିଶି ଏହାକୁ ସାର୍ବଜନିକ ସ୍ଥାନ ଓ ହୋଟେଲ ଭଳି ସ୍ଥାନରେ ଲଗାଇପାରିବେ ।

ଡାକ୍ତର ନୀତିନ ଲାଭସେଟବାର୍ ‘ନିରୀ’ରେ ବରିଷ୍ଠ ବିଶେଷଜ୍ଞଙ୍କ କହିବାନୁସାରେ, ଦୁଇ ବର୍ଷ ପୂର୍ବରୁ ପାଖାପାଖି ୩୩ରୁ ୩୫ କୋଟି ସାନିଟାରୀ ପ୍ୟାଡର ବ୍ୟବହାର ହେଉଥିଲା, ଯାହା ଏବେ ୫୦ କୋଟିକୁ ପହଂଚିଯାଇଛି । ଆଜିର ହିସାବରେ ଦେଖିବା ଯଦି ପ୍ରତି ମାସ ଏହି ସଂଖ୍ୟା ୫୫ରୁ ୬୦ କୋଟି ପର୍ଯ୍ୟନ୍ତ ପହଂଚିଯାଏ । ବ୍ୟବହାର ହୋଇସାରିବା ପରେ ସାନିଟାରୀ ପ୍ୟାଡ୍ ମ୍ୟୁନିସିପାଲ ସଲିଡ୍ ୱେଷ୍ଟ(ବର୍ଜ୍ୟ ବସ୍ତୁ) ରୂପରେ ଖୋଲାରେ ଫୋପାଡି ଦିଆଯାଏ, ମାଟି ତଳେ ପୋତାଯାଏ କିମ୍ବା ଫ୍ଲସ୍ ଜରିଆରେ ବହାଇ ଦିଆଯାଏ । ଏହା ଦ୍ୱାରା ପ୍ରଦୂଷଣର ସମସ୍ୟା ଦିନକୁ ଦିନ ଖରାପ ହେବାରେ ଲାଗିଛି । ବ୍ୟବହୃତ ସାନିଟାରୀ ପ୍ୟାଡରେ ଲାଗିଥିବା ରକ୍ତରୁ ସୂକ୍ଷ୍ମ ଜୀବାଣୁ ବ୍ୟାପିବାରେ ଲାଗେ । ଯାହା ସର୍ବସାଧାରଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଚିନ୍ତାର ବିଷୟ ଏହା ଯେ, ‘ବାୟୋ ଡିଗ୍ରେଡେବଲ’ ପ୍ୟାଡ୍ ର ମୁକାବିଲାରେ ଭଲ ଗୁଣବତ୍ତା ଏବଂ ପରିଣାମ ଦେଉଥିବା ଆରାମ ଦାୟକ ସାନିଟାରୀ ପ୍ୟାଡ୍ ପରିବେଶକୁ ବେଶୀ କ୍ଷତି ପହଂଚାଏ ।

ଏହି ଭାଟିରେ ଥରକେ ରେ ୫ରୁ ୧୫ ପ୍ୟାଡ୍ ୧୨ରୁ ୧୫ ମିନିଟ୍ ରେ ପୋଡାଯାଇପାରିବ । ଏହି ହିସାବରେ ୧୦ ଘଣ୍ଟାରେ ୩୦୦ରୁ ୬୦୦ ପ୍ୟାଡ୍ ସହଜରେ ଏବଂ ସୁରକ୍ଷିତ ଉପାୟରେ ନଷ୍ଟ କରାଯାଇପାରିବ । ‘ନିରୀ’ ର ବୈଜ୍ଞାନିକଙ୍କ ଦାବି ଏହା କି ଏହି ଇନ୍ସିଂନେଟର ଅର୍ଥାତ୍ ବିଜୁଳିରେ ଚାଲୁଥିବା ‘ଗ୍ରୀନ ଡିସ୍ପୋ’ ସ୍ୱାସ୍ଥ୍ୟ ଓ ପ୍ରଦୂଷଣ ସଂପର୍କିତ ମାନକ ଉପରେ ଠିକ୍ ରହିବ । ଏହାର ଢ଼ାଂଚା ପାଇଁ ଦରଖାସ୍ତ ଦାଖିଲ କରାଯାଇଛି ।