ସାନିଟାରି ନାପକିନ୍ ଉପରେ ଜିଏସଟି ପ୍ରସଙ୍ଗ : ବିଜେଡି ସାଂସଦ ତଥାଗତ ଶତପଥୀଙ୍କ ପ୍ରତିକ୍ରିୟା

16

କନକ ବ୍ୟୁରୋ : ସାନିଟାରି ନାପକିନ୍ ଉପରେ ଜିଏସଟି ପ୍ରସଙ୍ଗରେ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ବିଜେଡି ସାଂସଦ ତଥାଗତ ଶତପଥୀ । ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ତଥାଗତ କହିଛନ୍ତି କଣ୍ଡୋମ ବ୍ୟବହାର କରିବା ନକରିବା ନେଇ ବ୍ୟକ୍ତିର ସ୍ୱାଧୀନତା ରହିଛି । କିନ୍ତୁ ସାନିଟାରୀ ନାପକିନ୍ ବ୍ୟବହାର କରିବା ବାଧ୍ୟତାମୂଳକ । ମହିଳାଙ୍କ ସ୍ୱଛତା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ଏହା ଟିକସ ସ୍ଲାବ୍ ବାହାରେ ରହିବା ଆବଶ୍ୟକ ବୋଲି ମତ ରଖିଛନ୍ତି ତଥାଗତ ।

କେନ୍ଦ୍ର ସରକାର ସାନିଟାରୀ ନାପକିନ୍ ଉପରେ ଜିଏସଟି ଲଗାଇବା ଗରୀବମାରଣ ନୀତି ବୋଲି ସେ କହିଛନ୍ତି । ଗତକାଲି ଟ୍ୱିଟ୍ କରି ଏହି ପ୍ରସଙ୍ଗରେ ତୀବ୍ର ସମାଲୋଚନା କରିଥିଲେ ତଥାଗତ । ଏହି ପ୍ରସଙ୍ଗରେ ଲିଙ୍ଗଗତ ଅଭିଯୋଗ ଆଣିବା ସହ ଟ୍ୱିଟରରେ ଲେଖିଥିଲେ ଯେ, ବୋଧହୁଏ ଜିଏସଟି କାଉନସିଲରେ ସମସ୍ତେ ପୁରୁଷ ଥିବାରୁ କଣ୍ଡୋମ୍ ଉପରେ କୈାଣସି ଟିକସ ପଡିଲାନି । ଆଉ ସାନିଟାରି ନାପକିନ୍ ଭଳି ଗୁରୁତ୍ୱପୂର୍ଣ୍ଣ ଦ୍ରବ୍ୟ ଉପରେ କାହାର ନଜର ପଡିନି ।

ଦେଖନ୍ତୁ ଏହି ଭିଡ଼ିଓ –