ସ୍ୱପ୍ନ ସାକାର କରୁଛନ୍ତି ସନ୍ଦିପ୍ ! ବେସାହାରାଙ୍କ ପାଇଁ ସାହାରା ପାଲଟିଛନ୍ତି, ପର ପିଲାଙ୍କ ଭବିଷ୍ୟତ ପାଇଁ ଘର ଘର ବୁଲି ବହି ସାଉଣ୍ଟୁଛନ୍ତି ।

267

କନକ ବ୍ୟୁରୋ: ବହି ବିନା ବିଦ୍ୟା ଅଧୁରା । ଆଉ ଏହି ବହି ହିଁ ଜଣେ ମଣିଷକୁ ସଫଳତାର ଶୀର୍ଷସ୍ତରରେ ପହଁଚାଇ ଥାଏ । ଜନ୍ମଠୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ବହି ପାଲଟି ଥାଏ ମଣିଷର ପ୍ରକୃତ ବନ୍ଧୁ । ହେଲେ ଆଜିବି ସମାଜରେ ଅନେକ ଗରିବ ଘରେ ମେଧାବୀ ଛାତ୍ରଛାତ୍ରୀ ଅଛନ୍ତି ଯାହାଙ୍କୁ ଏହି ବହି ଖଣ୍ଡକ ମିଳିବା କଷ୍ଟକର ହୋଇପଡ଼େ । କାରଣ ବହି କିଣିବାକୁ ସେମାନେ ସାମର୍ଥ ନୁହନ୍ତି, ଯାହାଫଳରେ ସେମାନଙ୍କ ଆଶା ଆକାଂକ୍ଷରେ ଲାଗିଯାଏ ଅଙ୍କୁଶ । ହେଲେ ଏତିକିବେଳେ ଏହି ଅଭାବୀ ପିଲାଙ୍କ ସ୍ୱପ୍ନ ପୂରା କରିବାକୁ ଆଗକୁ ଆସିଛନ୍ତି ଜଣେ ବଦାନ୍ୟ ମଣିଷ, ଆରମ୍ଭ କରିଛନ୍ତି ଏକ ନୂଆ ପ୍ରୟାସ । ଗରୀବ ପିଲାଙ୍କୁ ପୁସ୍ତକ ଦେବା ପାଇଁ ଘର ଘର ବୁଲି ବହି ସାଉଣ୍ଟୁଛନ୍ତି ଏହି ବ୍ୟକ୍ତି ।

ଗରିବ ପିଲାଙ୍କ ପାଇଁ ସାହାରା ସାଜି ଆଗକୁ ଆସିଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ଚଣ୍ଡିଗଡ଼ ସନ୍ଦିପ କୁମାର । ଅର୍ଥିକ ଅଭାବ ଅନଟନରେ ପୁସ୍ତକ କିଣି ପାରୁନଥିବା ପିଲାଙ୍କ ପାଇଁ ସନ୍ଦିପ୍ ଗତ ୨ ବର୍ଷ ତଳେ ‘ଓପନ୍ ଆଇ ଫାଉଣ୍ଡେସନ୍’ ଅଭିଯାନ ଆରମ୍ଭ କରିଥିଲେ । ତେବେ ନିରନ୍ତର ପ୍ରୟାସରେ ସନ୍ଦିପ ଗତ ଦୁଇ ବର୍ଷ ମଧ୍ୟରେ ବେସାହାରା ପିଲାଙ୍କ ପାଇଁ ପାଖାପାଖି ୩୦ ହଜାରରୁ ଉଦ୍ଧ୍ୱର୍ ବହି ବୁଲି ବୁଲି ସାଉଣ୍ଟିଛନ୍ତି ସନ୍ଦିପ୍ । ଆଉ ସେଥିରେ ଉପକୃତ ହୋଇସାରିଲେଣି ୪ ହଜାରରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ । କେବଳ ଏତିିିକି ନୁହେଁ ଦୁଇ ଶହ ବେସାହାରା ପିଲାଙ୍କ ସାହାରା ପାଲଟି ନିଜ ସଂଗଠନରେ ସେମାନଙ୍କ ଭବିଷ୍ୟତକୁ ଗଢ଼ି ତୋଳୁଛନ୍ତି । ଯାହାକୁ ନେଇ ଏବେ ପ୍ରଶଂସାର ପାତ୍ର ପାଲଟିଛନ୍ତି ସନ୍ଦିପ ।

ସେପଟେ ଏନେଇ ସନ୍ଦିପ କହନ୍ତି, ଏବେ ବି ଆମ ସମାଜରେ ଏମିତି ଅନେକ ଅସହାୟ ପରିବାର ଅଛନ୍ତି ଯାହାଙ୍କ ପାଖରେ ଖାଇବା ପାଇଁ ବି ପଇସାଟିଏ ନାହିଁ । ତେବେ ସେହି ପରିବାରରେ ଜନ୍ମ ନେଇଥିବା ଜଣେ ମେଧାବୀ ଶିଶୁର ସ୍ୱପ୍ନ ପୂରଣ କରିବାକୁ ଏହା ଏକ ଛୋଟ ପ୍ରୟାସ । ଆଉ ଆମର ଗୋଟିଏ ଅଦରକାରୀ ପୁସ୍ତକ କାହା ପାଇଁ ସଫଳତାର ସୂତ୍ର ବାହାର କରିପାରେ । ତେଣୁ ସଭିଏଁ ଆବଶ୍ୟକ ନଥିବା ବହିକୁ ଏଭଳି ଅସହାୟ ପିଲାଙ୍କ ପାଇଁ ଦାନ କରିିଲେ ବିଦ୍ୟାକୁ ଉିଚିତ୍ ସମ୍ମାନ ମିଳିବ  ।