ସମୟସୀମା ଦେଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ! ଆଜି ସୁଦ୍ଧା ସଫେଇ କାର୍ଯ୍ୟ ଆରମ୍ଭ ନହେଲେ ଛାଡିବେ ଆମ୍ବାସେଡର ପଦ

54

କନକ ବ୍ୟୁରୋ : ବାଙ୍କୀ ମୁହାଣର ସଫେଇ ଦାବିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଧାରଣା । ଆଜି ସୁଦ୍ଧା ସଫେଇ କାର୍ଯ୍ୟ ଆରମ୍ଭ କରିବାକୁ ଡେଡଲାଇନ୍ ଦେଇଛନ୍ତି ସୁଦର୍ଶନ । ଆଜି ସନ୍ଧ୍ୟା ସୁଦ୍ଧା ସଫେଇ କାମ ଆରମ୍ଭ ନକଲେ ଓଡିଶା ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନର ବ୍ରାଣ୍ଡ ଆମ୍ବାସଡର ପଦକୁ ପ୍ରତ୍ୟାଖ୍ୟାନ କରିବେ ବୋଲି ଚେତାବନୀ ଦେଇଛନ୍ତି ସୁଦର୍ଶନ ପଟ୍ଟନାୟକ । ଓଡିଶା ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ତାଙ୍କୁ ସ୍ୱଚ୍ଛ ଭାରତ ଅଭିଯାନର ବ୍ରାଣ୍ଡ ଆମ୍ବାସାଡର ଭାବେ ତାଙ୍କୁ ନିଯୁକ୍ତି କରାଯାଇଥିଲା ।

ତିନି ଦିନ ହେଲା ବାଙ୍କୀ ମୁହାଣ ସଫେଇ ଦାବିରେ ଧାରଣା ଦେଉଛନ୍ତି । ସ୍ୱଚ୍ଛ ବାଙ୍କୀ ମୁହାଣ ନାଁରେ ସ୍ୟାଣ୍ଡ ଆର୍ଟ କରି ସୁଦର୍ଶନ ନିଜ ପ୍ରତିବାଦ ଜଣାଇଛନ୍ତି । ବାଙ୍କୀ ମୁହାଣ ସଫେଇ କରିବାକୁ ବାରମ୍ବାର ସରକାରଙ୍କୁ ଅନୁରୋଧ କରିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି । ସଫେଇ ନହେବା ଯାଏ ଉଠିବେ ନାହିଁ ବୋଲି କହିଛନ୍ତିି ସୁଦର୍ଶନ ।