‘ଜୟ ହୋ’ ଦୀପା : ଶୁଭେଚ୍ଛା ଜଣାଇଲେ ଝୁରାବାଲିର ସୈାଦାଗର ସୁଦର୍ଶନ

56

କନକ ବ୍ୟୁରୋ : ଦୀର୍ଘ ୫୨ ବର୍ଷ ପରେ ଅଲିମ୍ପିକ୍ସରେ ଫାଇନାଲ ପାଇଁ କ୍ୱାଲିଫାଏ କରିଛନ୍ତି ଭାରତୀୟ ଜିମ୍ନାଷ୍ଟ ଦୀପା କର୍ମକାର । ଏହାକୁ ନେଇ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଛି । ଏହାକୁ ନେଇ ଅର୍ନ୍ତଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୁମିରେ କରିଛନ୍ତି ବାଲୁକା କଳା । ଫାଇନାଲରେ ଦୀପାଙ୍କୁ ପଦକ ହାସଲ କରିବା ପାଇଁ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡିବ । ତ୍ରିପୁରାର ଦୀପା ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଯିଏ କି ଅଲିମ୍ପିକ୍ସକୁ କ୍ୱାଲିଫାଏ କରିପାରିଥିଲେ ।