ରେକର୍ଡ କଲା ବାଲି ସାନ୍ତା ! ଲିମକା ବୁକରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

74

କନକ ବ୍ୟୁରୋ : ଲିମକା ବୁକ୍ ଅଫ୍ ରେକର୍ଡସରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବାଲୁକାକଳାରେ ହଜାରେ ସାନ୍ତାକ୍ଲଜ୍ ତିଆରି କରି ରେକର୍ଡର ଅଧିକାରୀ ହୋଇଛନ୍ତି ସୁଦର୍ଶନ । ପୂର୍ବରୁ ୨୦୧୨ରେ ପୁରୀ ବେଳାଭୂମୀରେ ୫ ଶହଟି ସାନ୍ତା ତିଆରି କରି ଲିମକା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିଲେ । ଏବେ ନିଜ ରେକର୍ଡ ପୁଣି ଭାଂଗିଛନ୍ତି ଏହି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ । ଏହା ତାଙ୍କର ୨୩ ତମ ରେକର୍ଡ । ନିଜ ବାଲୁକାକଳାର ନାଁ ଦେଇଛନ୍ତି  ବ୍ରିଙ୍ଗ ଦା ହାପିନେସ୍ ।