ପୁଣି ଚମକିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ! ମସ୍କୋ ପ୍ରତିଯୋଗୀତାରେ ହାସଲ କଲେ ସ୍ୱର୍ଣ୍ଣପଦକ

61

କନକ ବ୍ୟୁରୋ : ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ୧୦ତମ ମସ୍କୋ ବାଲୁକା କଳା ଚାମ୍ପିୟନସିପରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ଗତ ୨୨ ରୁ ୨୮ ତାରିଖ ମଧ୍ୟରେ ରୁଷିଆର କୋଲୋମେନସ୍କୋୟେଠାରେ ଏହି ପ୍ରତିଯୋଗୀତାଟି ଅନୁଷ୍ଠିତ ହୋଇଥିଲା । ତେବେ ଏହି ପ୍ରତିଯୋଗୀତାର ବିଷୟବସ୍ତୁ ରହିଥିଲା- ଆମ ପରିବେଶ ତଥା ବିଶ୍ୱର ସୁରକ୍ଷା ।

ବିଶ୍ୱର ବିଭିନ୍ନ ଦେଶମାନଙ୍କରୁ ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବା ପାଖାପାଖି ୨୫ ଜଣ ବାଲୁକା ଶିଳ୍ପୀଙ୍କ ମଧ୍ୟରୁ ଭାରତର ପ୍ରତିନିଧିତ୍ୱ ଶ୍ରୀ ସୁଦର୍ଶନ ପଟ୍ଟନାୟକ କରିଥିଲେ । ଅନୁଷ୍ଠାନର ମୁଖ୍ୟ ଆୟୋଜକ ପାଭେଲ୍ ମେନିକୋଭ୍ ସୁଦର୍ଶନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏବଂ ରୁଷିଆରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଶ୍ରୀ ପଙ୍କଜ ସରଣ ସୁଦର୍ଶନଙ୍କୁ ଭେଟି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –