ବାଲିରେ ବାଲିରେ ବୀରଙ୍କୁ ପ୍ରଣାମ ! ସେନାଙ୍କୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

45

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଯାନରେ ସାମିଲ୍ ହୋଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଦୀପାବଳି ଅବସରରେ ଭାରତୀୟ ସେନାଙ୍କୁ ଶୁଭେଚ୍ଛା ଜଣାଇବା ସହ ନିଜ ବାଲୁକାକଳାକୁ ଯବାନ ମାନଙ୍କୁ ସମର୍ପଣ କରିଛନ୍ତି ଝୁରାବାଲୀର ସୌଦାଗର । ଏଥିରେ ସେ ସେନାଙ୍କୁ ଦେଶର ହିରୋ ବୋଲି ସମ୍ବୋଧିତ କରିଛନ୍ତି । ସେନାଙ୍କ ମନୋବଳ ବଢାଇବା ପାଇଁ ପ୍ରଧାନମନ୍ତ୍ରୀ ଏକ ଅଭିଯାନ ଅରମ୍ଭ କରିଥିଲେ । ଯେଉଁଥିରେ ସେ ଚଳିତ ଦୀପାବଳିରେ ଯବାନଙ୍କୁ ଶୁଭେଚ୍ଛା ଜଣାଇବାକୁ ସମସ୍ତ ଭାରତୀୟଙ୍କୁ ଅନୁରୋଧ କରିଥିଲେ ।