ଚନ୍ଦ୍ରଭାଗା ବେଳାଭୂମିରେ ଜମୁଛି ଅନ୍ତର୍ଜାତୀୟ ବାଳୁକା କଳା ଉତ୍ସବ

58

କୋଣାର୍କ : ଚନ୍ଦ୍ରଭାଗା ବେଳାଭୂମିରେ ଜମୁଛି ଅନ୍ତର୍ଜାତୀୟ ବାଳୁକା କଳା ଉତ୍ସବ । ଭାରତର ସବୁଠାରୁ ବଡ଼ ଏହି ବାଳୁକାକଳା ପ୍ରତିଯୋଗିତାରେ ୬ଟି ଦେଶର ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଛନ୍ତି । ସ୍ୱର୍ଣ୍ଣିମ ବେଳାଭୂମିରେ ବାଲୁକା କଳା ଦେଖିବା ପାଇଁ ବହୁ ପର୍ଯ୍ୟଟକଙ୍କ ଭିଡ ଜମୁଛି । ପ୍ରତିଦିିନ ଥିମ୍ ଅନୁଯାଇ ଶିଳ୍ପୀମାନେ ବାଳୁକା କଳା ପ୍ରସ୍ତୁତ କରୁଛନ୍ତି । ଉଭୟ ଦେଶୀ ଏବଂ ବିଦେଶୀ ବାଲୁକା ଶିଳ୍ପୀଙ୍କୁ ମିଶାଇ ମୋଟ୍ ୬୮ ଜଣ ପ୍ରତିଯୋଗୀ ଏଥିରେ ସାମିଲ ହୋଇଛନ୍ତି ।