ଝୁରାବାଲିର କାରିଗର ସୁଦର୍ଶନଙ୍କ ବାଲୁକା କଳାକୁ ନେଇ ଚର୍ଚ୍ଚା : ୫ଟି ଦେଶର ବାଲିରେ ନିର୍ମାଣ କଲେ ପ୍ରତି ରାଷ୍ଟ୍ରର ସ୍ମାରକ

43

କନକ ବ୍ୟୁରୋ : ବ୍ରିକ୍ସ ସମ୍ମିଳନୀରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାକୁ ନେଇ ଜୋରଦାର ଚର୍ଚ୍ଚା । ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ବେଶ ପ୍ରଶଂସିତ ହୋଇଛି ଏହି ବାଲୁକା କଳା । img-20161016-wa0008୫ ସଦସ୍ୟ ରାଷ୍ଟ୍ରର ଐତିହାସିକ ସ୍ମାରକକୁ ନେଇ ଓଡ଼ିଆ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିର୍ମାଣ କରିଛନ୍ତି ଏହି କଳାକୃତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବ୍ରିକ୍ସ ରାଷ୍ଟ୍ରମୁଖ୍ୟ ଏହାକୁ ବୁଲି ଦେଖିବା ସହ ବେଶ ପ୍ରଶଂସା କରିଛନ୍ତି ।

ସୁଦର୍ଶନଙ୍କ ଏହି କଳାକୃତିରେ ରହିଛି ଭାରତର “ତାଜମହଲ’, ଚୀନର “ଗ୍ରେଟ୍ ୱାଲ ଅଫ୍ ଚାଇନା’, ରୁଷିଆର “ସେଂଟ୍ ବାସିଲ୍ କାଥେଡ୍ରାଲ‘, ବ୍ରାଜିଲର “ଖ୍ରୀଷ୍ଟ ଦି ରିଡମର ପ୍ରତିମୂର୍ତି‘, ଓ ଦକ୍ଷିଣ ଆଫ୍ରିକାର “ଆଫ୍ରିକୀୟ ଭାଷା ସ୍ମାରକ‘ ।img-20161016-wa0006

ବ୍ରିକ୍ସ ସମ୍ମିଳନୀ ହେଉଥିବା ଗୋଆର ତାଜ୍ ଏକ୍ସୋଟିକା ରିସର୍ଟରେ ୫ଟି ରାଷ୍ଟ୍ରର ଐତିହ୍ୟକୁ ନେଇ ଏହି ବାଲୁକା କଳା ପ୍ରଦର୍ଶିତ ହୋଇଛି । ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏହି କଳାକୃତି ନିର୍ମାଣ କରିବା ପାଇଁ ୫୦ ଟନ୍ ବାଲି ବ୍ୟବହାର କରିଛନ୍ତି । ପ୍ରତି ସଦସ୍ୟ ରାଷ୍ଟ୍ରରୁ ବାଲି ସଂଗ୍ରହ କରାଯାଇ ୩୦ ଫୁଟ ଲମ୍ବ ୨୦ ଫୁଟ ଓସାରର ବାଲୁକା କଳା କରିଛନ୍ତି ସୁଦର୍ଶନ ।img-20161016-wa0009

ବନ୍ଧୁତ୍ୱ ଓ ମୈତ୍ରୀ ସ୍ଥାପନା ଉଦେଶ୍ୟରେ ଏହି କଳାକୃତି ସୁନ୍ଦର ଭବିଷ୍ୟତ ପାଇଁ ଏହା ବ୍ରିକ୍ସର ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ବାର୍ତା ଦେଉଛି । ଚୀନ ଗଣମାଧ୍ୟମ ଝିନୁଆ ନ୍ୟୁଜରେ ଏହି କଳାକୁ ଉଚ୍ଚ ପ୍ରଶଂସିତ କରାଯାଇଛି ।