ଅନଶନ ଭାଙ୍ଗିବେ ଆଇରନ୍ ଲେଡି : ସମ୍ମାନ ଜଣାଇଲେ ସୁଦର୍ଶନ

17

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଲୌହ ମହିଳା ଇରମ ଶର୍ମିଲା ଦୀର୍ଘ ୧୬ ବର୍ଷ ପରେ ଉପବାସ ଭାଙ୍ଗିବେ । ସେନାର ବିଶେଷ ଅଧିକାର ଆଇନର ବିରୋଧରେ ଏହି ଆନ୍ଦୋଳନ କରିଛନ୍ତି ଶର୍ମିଲା ।ଶର୍ମିଲାଙ୍କ ଆନ୍ଦୋଳନ ପ୍ରତ୍ୟାହାର ଖବର ପ୍ରଚାର ହେବା ପରେ ସାରା ବିଶ୍ୱରୁ ଛୁଟିଛି ତାଙ୍କୁ ଶୁଭେଚ୍ଛାର ସୁଅ । ତାଙ୍କୁ ଶୁଭେଚ୍ଛା ଜଣାଇ ପୁରୀ ବେଳାଭୂମିରେ ପ୍ରସ୍ତୁତ ହୋଇଛି ବାଲୁକାକଳା । ଏହାକୁ ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏହାକୁ ଦେଖିବା ପାଇଁ ବେଳାଭୂମିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ ।