ପୁଣି ବିବାଦରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ

25

କେନ୍ଦୁଝର: ପୁଣି ବିବାଦରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ । ତାଙ୍କ ପୁଅ ପଙ୍କଜ ମହାକୁଡ ଜଣେ ନାବାଳିକାକୁ ବିବାହ କରିଥିବା ଅଭିଯୋଗ ହୋଇଛି । ଏନେଇ କେନ୍ଦୁଝର ସିଡବ୍ଲୁସି ଓ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକାରୀଙ୍କ ମତରେ ୨୦୧୫ ମସିହାରେ ପଙ୍କଜଙ୍କ ବିବାହ ନାବାଳିକାଙ୍କ ସହ ହୋଇଥିଲା ଏବଂ ସେତେବେଳେ ତାଙ୍କର ବୟସ ମାତ୍ର ୧୬ ବର୍ଷ ହୋଇଥିଲା । ଏପରିକି ବର୍ତମାନ ମଧ୍ୟ ସନାତନ ମହାକୁଡଙ୍କ ବୟସ ୧୮ ବର୍ଷ ହୋଇନାହିଁ ବୋଲି ଅଭିଯୋଗ କରିଛନ୍ତି ସମାଜସେବୀ ଅକ୍ଷୟ ବେହେରା । ନାବାଳିକା ବିବାହ ନିରୋଧ ଦାୟିତ୍ୱ ସିଡିପିଓଙ୍କ ହାତରେ ଥିବାରୁ ଅଭିଯୋଗକୁ ତାଙ୍କ ନିକଟକୁ ପଠାଇ ଦିଆଯାଇଥିବା ବିଭାଗୀୟ ଅଧିକାରୀ କହିଛନ୍ତି । ଅନ୍ୟପଟେ ପୋଲିସ ନିକଟରେ ହୋଇଥିବା ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରାଯିବ ବୋଲି  କହିଛନ୍ତି ସିଡିପିଓ ।