ସରିଲା ଜବରଦଖଲ ଉଚ୍ଛେଦ ପ୍ରକିୟା : ସନା ମହାକୁଡଙ୍କ ୫ ଏକର ସରକାରୀ ଜମିକୁ ହାତକୁ ନେଲା ପ୍ରଶାସନ

23

କେନ୍ଦୁଝର : ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ଜବରଦଖଲ ହୋଇଥିବା ୫ ଏକର ସରକାରୀ ଜମିକୁ ପ୍ରଶାସନ ହାତକୁ ନେଇଛି । ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ଉପସ୍ଥିତିରେ ଜମିକୁ ଦଖଲ କରାଯାଇଛି । ଗତ ୨୨ ତାରିଖରୁ ଏହି ଜବରଦଖଲ ଉଚ୍ଚେଦ ପ୍ରକିୟା ଆରମ୍ଭ ହୋଇଥିଲା । ମେଘନାଦ ପାଚେରୀ ସଦୃଶ ପାଚେରୀକୁ ଭଙ୍ଗାଯାଇଥିଲା । ତେବେ ସନାଙ୍କ ଏସି ଗୁହାଳ ଭାଙ୍ଗିବାକୁ ପ୍ରଶାସନ ୧୦ ଦିନ ମହଲତ ଦେଇଥିଲେ । ଗତକାଲି ସନା ନିଜେ ଏସି ଗୁହାଳକୁ ଭାଙ୍ଗିଛନ୍ତି ।