ସନା ମହାକୁଡଙ୍କ ବୋହୂ ବିବାଦ ମାମଲା : ଡିଏନଏ ଟେଷ୍ଟ ପାଇଁ ପଙ୍କଜଙ୍କୁ ନୋଟିସ୍

34

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ବୋହୂ ବିବାଦ ମାମଲ। ରେ ଆଜି ମହିଳା ଥାନାରେ ହାଜର ହୋଇ ପାରନ୍ତି ପଙ୍କଜ ମହାକୁଡ । ଝିଅର ପିତୃତ୍ୱର ପ୍ରମାଣ ପାଇଁ ପୂର୍ବରୁ ଡିଏନଏ ଟେଷ୍ଟ କରିବାକୁ ଦାବି କରିଥିଲେ କବିତା ମହାକୁଡ । ଡିଏନଏ ଟେଷ୍ଟ ପାଇଁ ପଙ୍କଜ ମହାକୁଡଙ୍କୁ ପୂର୍ବରୁ ନୋଟିସ କରାଯାଇଥିଲା । କବିତା ପଙ୍କଜର ସ୍ତ୍ରୀ ବୋଲି ଦାବି କରୁଥିବାବେଳେ ସନାତନ ଓ ତାଙ୍କ ପରିବାର ପକ୍ଷରୁ ବାରମ୍ବାର ଏହାକୁ ଖଣ୍ଡନ କରି ଆସୁଛନ୍ତି । ଗତ ସପ୍ତାହରେ ଏହି ମାମଲାରେ ମହିଳା ଥାନାରେ ହାଜର ହୋଇଥିଲେ ସନାତନ ମହାକୁଡ ।