ସନାଙ୍କୁ ବିଦା କଲା ଥାନା : ବିଳମ୍ବତି ରାତିରେ ଆସିବାରୁ ହେଲାନି ବୟାନ ରେକର୍ଡ

32

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସନାଙ୍କୁ ବିଦା କଲା ଥାନା । ବିଳମ୍ବିତ ରାତିରେ ହାଜର ହୋଇଥିବା ଯୋଗୁଁ ବାହୁବଳୀ ନେତା ବିଧାୟକ ସନାତନ ମହାକୁଡଙ୍କ ବୟାନ ରେକର୍ଡ କଲାନାହିଁ ପୁଲିସ । ବୋହୂ ବିବାଦରେ ଛନ୍ଦି ହୋଇଥିବା ସନା ମହାକୁଡକୁ ହାଜର ହେବା ପାଇଁ ପୁଲିସ ନୋଟିସ କରିଥିବାବେଳେ ଗତକାଲି ରାତି ୧୧ଟା ପରେ ମହିଳା ଥାନାରେ ପହଂଚିଥିଲେ ସନା ମହାକୁଡ । କିନ୍ତୁ ପୁଲିସ ତାଙ୍କ ବୟାନ ରେକର୍ଡ କରିବା ପାଇଁ ମନା କରିଦେଇଥିଲା । ଚମ୍ପୁଆର ବାହୁବଳୀ ବିଧାୟକ ସନାତନ ମହାକୁଡଙ୍କୁ ବୋହୂ ବିବାଦ ମାମଲାରେ ନୋଟିସ କରାଯାଇଥିଲା ।

କବିତା ମହାକୁଡ, ସନାତନଙ୍କ ପୁଅ ପଙ୍କଜ ମହାକୁଡଙ୍କ ସ୍ତ୍ରୀ ବୋଲି ଦାବି କରି ମାମଲା ରୁଜୁ କରିଛନ୍ତି । ତେବେ ଏହି ଘଟଣାରେ ହାଜର ପାଇଁ ସନାତନଙ୍କୁ ନୋଟିସ ଜାରି କରିଥିଲା ପୁଲିସ ।ପୂର୍ବରୁ ପଙ୍କଜ ମହାକୁଡ ମହିଳା ଥାନାରେ ହାଜର ହୋଇଥିଲେ । ସନାତନ ମହାକୁଡଙ୍କ ପୁଅ ପଂକଜ ମହାକୁଡଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ କବିତା ମହାକୁଡ । ପଂକଜ ତାଙ୍କ ସହ ବିଶ୍ୱାସ ଘାତକତା କରିଥିବା ସେ ଅଭିଯୋଗ କରିଛନ୍ତି ।