ବାହୁବଳୀଙ୍କ କାହାଣୀ

79

କେନ୍ଦୁଝର କିଙ୍ଗ । ଯୋଡାର ସମ୍ରାଟ । କୋଟିପତି ବ୍ୟବସାୟୀ । ଦେଖିବାକୁ ସାଦାସିଦା ଲାଗୁଥିବା ସନାତନ ମହାକୁଡଙ୍କ ପଛରେ ଅଛି ଏମିତି କିଛି ଟ୍ୟାଗ୍ । କୁହାଯାଏ ସନାଙ୍କ ହୁକୁମରେ ଚାଲେ ସାରା କେନ୍ଦୁଝର । ମାତ୍ର କିଛି ବର୍ଷ ଭିତରେ ସନା କେମିତି ସାଜିଲେ କେନ୍ଦୁଝର ଆତ୍ମଘୋଷିତ ରାଜା । କେଉଁଠୁ ଆଣିଲେ କୋଟି କୋଟି ଟଙ୍କାର ସଂପତି । ସନା ଦୁର୍ଗରେ ବୁଲଡୋଜର ବୁଲିବା ପରେ ଏ ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ।

sana boundry୨୦୦୯ ବେଳକୁ ମାତ୍ର ୩ କୋଟି ଟଙ୍କାର ମାଲିକ ଥିବା ସନା ୨୦୧୪ ନିର୍ବାଚନ ବେଳକୁ ନିଜ ସଂପିତି ପହଂଚାଇ ସାରିଥିଲେ ୫୧ କୋଟିରେ । ୫ ବର୍ଷ ଭିତରେ ଯାହାର ଅଭିବୃଦ୍ଧି ହାର ଥିଲା ୧୭ ଶହ ପ୍ରତିଶତ । କେବେ ସେ ଖଣି ଖୋଲି ନାହାନ୍ତି, କେବେ ସେ ଖଣି ଅଂଚଳରେ କରି ନାହାନ୍ତି ଠିକାଦାରୀ । କେବଳ ଛୋଟିଆ ଟ୍ରାନ୍ସପୋର୍ଟ ବ୍ୟବସାୟରୁ କୋଟିପତି ବନି ଯାଇଛନ୍ତି ସନା । ତେବେ ଏ କୋଟିପତି ବିଧାୟକଙ୍କ ରାଜନୀତିର ଷ୍ଟାଇଲ୍ ବି ନିଆରା । ନିଜ ବିଧାନସଭା ମଣ୍ଡଳୀରେ ପ୍ରାୟ ଅଧାରୁ ଅଧିକ ଲୋକଙ୍କୁ ସେ ବାଂଟୁଛନ୍ତି ଭତା । ଏହାବ୍ୟତୀତ ଭଲମନ୍ଦରେ ପ୍ରତିଟି ଅଭାବୀ ମଣିଷ ପାଖରେ ପଂହଚିଯାଏ ସନାଙ୍କ ଆକୁଂଠ ସାହାଯ୍ୟ ସହଯୋଗ । ତେଣୁ ଏ କିଛି ବର୍ଷ ଭିତରେ ଏ କୋଟିପତି ବିଧାୟକ ପାଲଟି ଯାଇଛନ୍ତି ଗରୀବ ମଣିଷଙ୍କ ଭଗବାନ୍ । ତେବେ କେନ୍ଦୁଝରର ଏ ରାଜାଙ୍କ ଉପରେ ଝୁଲୁଛି ସୁପ୍ରିମକୋର୍ଟଙ୍କ ରାୟ । ଉଚ୍ଚବାଲିରେ ଥିବା ଜଙ୍ଗଲଜମି ତାଙ୍କୁ ଟାଣିଛି ବିବାଦ ଭିତରକୁ । ବୁଲିଛି ସନାଙ୍କ ଦୁର୍ଗରେ ବୁଲଡୋଜର । ତେବେ ମେଘନାଦ ପାଚେରୀ ଭଳି ଦେଖାଯାଉଥିବା ଏ ନିର୍ମାଣ ତ ଭାଙ୍ଗିଯିବ । ହେଲେ ଭିତରେ ଥିବା ସନାଙ୍କ ରାଜପ୍ରସାଦ ଭଙ୍ଗାଯିବ କି ନାହିଁ , ତାକୁ ନେଇ ପ୍ରଶ୍ନ ।