ମୋ ପରି ଶରୀର ସମସ୍ତଙ୍କ ଭାଗ୍ୟରେ ନଥାଏ ! ଏପରି ବୟାନ ଦେଇ ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ସାନା ଖାନ

85

ବିଗବସ ସିଜିନ୍ ୬ର ପ୍ରତିଯୋଗୀ ସାନା ଖାନ୍ ତାଙ୍କର ବୟାନବାଜିକୁ ନେଇ ଥାଆନ୍ତି ଚର୍ଚ୍ଚାରେ । କିଛି ଦିନ ପୂର୍ବରୁ ତାଙ୍କ ସିନେମା ‘ୱଜା ତୁମ ହୋ’ ହୋଇଛି ରିଲିଜ୍ । ଏହି ସିନେମାରେ ସାନା ଟେଲିଭିଜନର ଲୋକପ୍ରିୟ ଅଭିନେତା ଗୁରମିତ ଚୌଧୁରୀଙ୍କ ବିପକ୍ଷରେ ନାୟିକା ଭୂମିକାରେ ଅଭିନୟ କରିଛନ୍ତି । ଏହି ସିନେମା କେବେ ଆସିଲା କେବେ ଗଲା କିଛି ଜଣାପଡିଲାନି । ସିନେମା ପ୍ଲପ ହୋଇଗଲେ ମଧ୍ୟ ସାନା ତାଙ୍କ ବୋଲ୍ଡ ବୟାନ ପାଇଁ ପୁଣି ଥରେ ଚର୍ଚ୍ଚାର ପରିଧୀକୁ ଆସିଛନ୍ତି ।

ନିଜର ଶରୀରକୁ ନେଇ ସେ କହିଛନ୍ତି ମୋ ପରି ଶରୀର ସମସ୍ତଙ୍କୁ ମିଳେନି । ସେ ତାଙ୍କର ଶରୀରକୁ ନେଇ ବହୁତ ଗର୍ବିତ । ଏହାସହ ସେ କହିଛନ୍ତି ଅନେକ ନାୟିକା ତାଙ୍କ ପରି ଶରୀର ପାଇବା ପାଇଁ ଅନେକ ପରିଶ୍ରମ କରି ଥାଆନ୍ତି । କିନ୍ତୁ ସମସ୍ତଙ୍କ ଭାଗ୍ୟରେ ଏପରି ଶରୀର ନଥାଏ । କେବଳ ଏତିକ ନୁହଁ ସେ ନିଜେ ତାଙ୍କ ଶରୀରର ଜଣେ ବଡ ଫ୍ୟାନ ବୋଲି ପ୍ରକାଶ କରିଛନ୍ତି ସାନା ।