କମ୍ପାନୀରେ କାର୍ଯ୍ୟରତ ୨୪୦ କର୍ମଚାରୀଙ୍କୁ ହେଲା କ୍ୟାନସର, ପ୍ରତ୍ୟେକଙ୍କୁ ୯୫ ଲକ୍ଷ ଟଙ୍କା ଦେବ ସାମସଙ୍ଗ କମ୍ପାନୀ

କମ୍ପାନୀ ସମସ୍ତ ମଜୁରିଆଙ୍କୁ ୧.୩୩ ଲକ୍ଷ ଡଲାର ପ୍ରତି ବ୍ୟକ୍ତି ପିଛା(୯୫ଲକ୍ଷ ଟଙ୍କା) ଦେବା ପାଇଁ କହିଛି ।

336

ଦକ୍ଷିଣ କୋରିଆର ସାମସଙ୍ଗ ଇଲେକ୍ଟ୍ରୋନିକ୍ସକୁ ନେଇ ଏକ ବଡ ମାମଲା ସାମନାକୁ ଆସିଛି । କମ୍ପାନୀରେ ସେମିକଣ୍ଡକ୍ଟର ନିର୍ମାଣ କରୁଥିବା କାରଖାନାର କେତେକ ମଜୁରିଆଙ୍କୁ କ୍ୟାନସର ସହିତ ଅନେକ ରୋଗ ହୋଇଥିବା ମାମଲା ସାମନାକୁ ଆସିଛି । ଯାହାକୁ ନେଇ ମଜୁରିଆ ମାନେ କୋର୍ଟରେ ମାମଲା ରୁଜୁ କରିଛନ୍ତି ଏବଂ ଏହାକୁ ନେଇ କମ୍ପାନୀ କ୍ଷମା ମାଗିଛି । ଏହା ସହିତ କମ୍ପାନୀ ସମସ୍ତ ମଜୁରିଆଙ୍କୁ ୧.୩୩ ଲକ୍ଷ ଡଲାର ପ୍ରତି ବ୍ୟକ୍ତି ପିଛା(୯୫ଲକ୍ଷ ଟଙ୍କା) ଦେବା ପାଇଁ କହିଛି ।

ଏହି ବିବାଦ ୧ ଦଶକରୁ ଅଧିକ ସମୟ ଧରି ଚାଲୁଥିଲା, ଯାହାକି ଏବେ ଶେଷ ହେଲା । ଏହାକୁ ନେଇ କମ୍ପାନୀର ଉପାଧ୍ୟକ୍ଷ କିମ୍-କି-ନେମ୍ କହିଛନ୍ତି କି, “ଆମେ ସେହି କର୍ମଚାରୀଙ୍କୁ ଏବଂ ତାଙ୍କ ପରିବାରଙ୍କୁ ହୃଦୟରୁ କ୍ଷମା ମାଗୁଛୁ, ଯାହାଙ୍କୁ କ୍ୟାନସର ହୋଇଛି । ଆମେ ଆମର ସେମିକଣ୍ଡକ୍ଟର ଓ ଏଲସିଡି କାରଖାନାରେ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଠିକ୍ ରେ ପ୍ରବନ୍ଧନ କରିବାରେ ଅସଫଳ ହୋଇଥିଲୁ ।”

ଦୁନିଆର ସବୁଠାରୁ ବଡ ମୋବାଇଲ ଫୋନ୍ ଓ ଚିପ୍ ନିର୍ମାଣକାରୀ କମ୍ପାନୀ ସାମସଙ୍ଗ ର ସେମିକଣ୍ଡକ୍ଟର ଓ ଡିସପ୍ଲେ କାରଖାନାରେ କାମ କରୁଥିବା ପାଖାପାଖି ୨୪୦ କର୍ମଚାରୀ କାମ କରୁଥିବା ସମୟରେ ରୋଗରେ ପଡିଥିଲେ । ଏମାନଙ୍କ ମଧ୍ୟରୁ ପାଖାପାଖି ୮୦ଜଣଙ୍କ ମୃତ୍ୟୁ ହୋଇଗଲା । ଏହି କର୍ମଚାରୀ ୧୬ ପ୍ରକାରର କ୍ୟାନସରରେ ପୀଡିତ ଥିଲେ । ଏହି ମାମଲା ୧୯୮୪ରୁ ଚାଲିଛି ଏବଂ ଏହାର ପ୍ରଥମ ଥର ଖୁଲାସା ୨୦୦୭ରେ ହୋଇଥିଲା । ଏହା ବିରୁଦ୍ଧରେ ଅଭିଯାନ ଚଲାଉଥିବା ସମୂହଙ୍କ ଅନୁସାରେ, ଏହି ସମ୍ବନ୍ଧରେ ସହାୟତା ରାଶି ନୀତିର ଘୋଷଣା କରିଛନ୍ତି । ଏହି ନୀତି ଅନୁସାରେ, ସାମସଙ୍ଗ ପ୍ରତ୍ୟେକ ପୀଡିତ କର୍ମଚାରୀଙ୍କୁ ୧୫ କୋଟି ୱନର ସହାୟତା ଦେବ ।