ଡୁଆଲ କ୍ୟାମେରା ପରେ ବଜାରକୁ ଆସିବ ୩ଟି କ୍ୟାମେରା ଥିବା ଫୋନ ! ଖୁବ୍ ଶୀଘ୍ର ଲଂଚ ହେବ ସାମସଙ୍ଗ ଗାଲାକ୍ସି ଏ୭ ।

33

କନକ ବ୍ୟୁରୋ : ଲେଟେଷ୍ଟ ଫିଚର, ବେଷ୍ଟ କ୍ୱାଲିଟି କ୍ୟାମେରା ସହ ଅଧିକ ଷ୍ଟୋରେଜ ସ୍ପେସ୍ , ସାଧାରଣତଃ ଏସବୁକୁ ଧ୍ୟାନରେ ରଖି ବିଭିନ୍ନ ଫୋନ ନିର୍ମାଣକାରୀ କମ୍ପାନୀ ନିଜ ନିଜ ଲେଟେଷ୍ଟ ଫୋନ ଡିଜାଇନ କରିଥାନ୍ତି । ଏବେ ବିଭିନ୍ନ ଫୋନରେ ଡୁଆଲ ବ୍ୟାକ୍ କ୍ୟାମେରା ଦିଆଯାଉଥିବା ଆପଣ ଶୁଣିଥିବେ । କିନ୍ତୁ ତିନୋଟି କ୍ୟାମେରା ଥିବା ଫୋନ ଆପଣ ଦେଖିଛନ୍ତି କି । ଜଣାଶୁଣା ଏବଂ ଲୋକପ୍ରିୟ ସାଉଥ୍ କୋରିଆନ୍ କମ୍ପାନୀ ସାମସଙ୍ଗ୍ ଆଣିଛି ଏମିତି ଏକ ଫୋନ ଯେଉଁଥିରେ ରହିଛି ୩ଟି ବ୍ୟାକ୍ କ୍ୟାମେରା ।

ନିକଟରେ ଲଂଚ ହୋଇଥିବା ସାମସଙ୍ଗର ଗାଲାକ୍ସି ଏ୭ରେ ରହିଛି ତିନୋଟି ବ୍ୟାକ୍ କ୍ୟାମେରା । ସାମସଙ୍ଗର ଏହା ହେଉଛି ପ୍ରଥମ ସ୍ମାର୍ଟଫୋନ ଯେଉଁଥରେ ୩ଟି କ୍ୟାମେରା ରହିଛି । ଖୁବ୍ ଶୀଘ୍ର ଏହି ଫୋନ ବଜାରରେ ଉପଲବ୍ଧ ହେବା ନେଇ ଆଶା କରାଯାଉଛି । କେବଳ ଏତିକି ନୁହେଁ, ସମସ୍ତ ଫୋନରେ ଫିଙ୍ଗରପ୍ରିଂଟ ସ୍କାନର ଫୋନର ଆଗ ଭାଗରେ ବା ଡିସପ୍ଲେରେ ରହୁଥିବା ବେଳେ ଏଥିରେ ସାଇଡରେ ରହିଛି । ୪ଜି ଭୋଲଟି, ଜିପିଏସ୍, ବ୍ଲୁଟୁଥ୍ ଭଳି ଷ୍ଟାଣ୍ଡାର୍ଡ ଫିଚର ରହିଛି ।

୬ଇଂଚର ଫୁଲ୍ ଏଚଡି ଏମୋଲେଡ୍ ଇନଫିନିଟି ଡିସପ୍ଲେ ରହିଛି ଏହି ଫୋନରେ । ଏହା ଦୁଇଟି ଭାରିଆଂଟରେ ଉପଲବ୍ଧ । ୪ଜିବି ରାମ୍ ସହ ୬୪ଜିବିର ଇଂଟରନାଲ୍ ଷ୍ଟୋରେଜ୍ ଏବଂ ୬ଜିବି ରାମ୍ ୧୨୮ଜିବି ଷ୍ଟୋରେଜ ସ୍ପେସ୍ ସହିତ ଏହି ଫୋନ ବଜାରକୁ ଆସିବ । ଏକ୍ସଟରନାଲ୍ ମେମୋରୀ କାର୍ଡ ଜରିଆରେ ୫୧୨ଜିବି ଷ୍ଟୋରେଜ୍ ସ୍ପେସ୍ ବୃଦ୍ଧି କରିହେବ । ଏହି ଫୋନରେ ଓକ୍ଟାକୋର୍ ପ୍ରୋସେସର୍ ରହିିଛି । ତିନୋଟି ବ୍ୟାକ୍ କ୍ୟାମେରା ଯଥାକ୍ରମେ ୨୪ମେଗାପିକ୍ସଲ୍, ୮ମେଗାପିକ୍ସଲ୍ ଓ ୫ମେଗାପିକ୍ସଲର ରହିଛି । ୨୪ମେଗାପିକ୍ସଲର ଫ୍ରଂଟ୍ କ୍ୟାମେରା ରହିଛି । ଏଲଇଡି ଲାଇଟ୍ ମଧ୍ୟ ରହିଛି ସାମସଙ୍ଗର ଏହି ଫୋନରେ । ୩,୩୦୦ଏମଏଚ୍ ବ୍ୟାଟେରୀ ରହିବ ଏହି ଫୋନରେ । ଫୋନର ମୂଲ୍ୟ ବର୍ତମାନ ଯାଏଁ ସ୍ଥିର କରାଯାଇନାହିଁ ।