ଅନ୍ଧାରରେ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି କି ? ଭୟଙ୍କର ସମସ୍ୟା ଭୋଗିବାର ସମ୍ଭାବନା ରହିଛି

49

ସାଧାରଣତଃ ଅଧିକାଂଶ ଲୋକ ଏବେ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି । ହେଲେ ଏମାନଙ୍କ ମଧ୍ୟରୁ କିଛି ଲୋକ ଏମିତି ବି ଅଟନ୍ତି ଯେଉଁମାନେ କି ଶୋଇବା ପୂର୍ବରୁ ବା ଅନ୍ଧାରରେ ବହୁତ ସମୟ ଧରି ସ୍ମାର୍ଟଫୋନ କାମ କରିଥା’ନ୍ତି । ଯାହାଦ୍ୱାରା ବ୍ୟକ୍ତିର ଆଖି ଏବଂ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇଥାଏ । ତେବେ ଏହାକୁ ନେଇ ପୂର୍ବରୁ ଅନେକଥର ଅଧ୍ୟୟନ ମଧ୍ୟ ହୋଇସାରିଛି, ଯେଉଁଥିରେ ପ୍ରମାଣିତ ହୋଇଛି,ଅନ୍ଧାର ରାତିରେ ସ୍ମାର୍ଟଫୋନ୍ ସ୍କ୍ରିନ୍ ଉପରେ କାର୍ଯ୍ୟ କରିବା ଯୋଗୁଁ ବ୍ୟକ୍ତିକୁ ଏହା କ୍ଷତି ପହଞ୍ଚାଇଥାଏ । ଆସନ୍ତୁ ଜାଣିବା ରାତିରେ ମୋବାଇଲ ବ୍ୟବହାର କରିବା ଦ୍ୱାରା କ’ଣ କ’ଣ କ୍ଷତି ପହଞ୍ଚେ ?

– ଅଧ୍ୟୟନ ଅନୁସାରେ ଯଦି ଆମେ ଅନ୍ଧାର ରାତିରେ ୩୦ ମିନିଟ୍ ବି ସ୍ମାର୍ଟଫୋନ୍ ସ୍କ୍ରିନକୁ ଚାହିଁରହୁ, ତେବେ   ଏହା ଆମର ଆଖିକୁ ଶୁଷ୍କ କରିଦିଏ । ଆଉ ଆଖିର ଶୁଷ୍କତା କାରଣରୁ ଏହା ରେଟିନା ଉପରେ ତାହାର ଖରାପ ପ୍ରଭାବ ପକାଏ । ତେବେ ଲମ୍ବା ସମୟ ପର୍ଯ୍ୟନ୍ତ ଏଭଳି ଅଭ୍ୟାସ ଯୋଗୁଁ ବ୍ୟକ୍ତି ଆଖିର ରଶ୍ମି ମଧ୍ୟ କମ୍ ହେବାକୁ ଲାଗେ ।

– ରାତିରେ ଶୋଇବା ପୂର୍ବରୁ ମୋବାଇଲ୍ ଫୋନ୍ ବ୍ୟବହାର ଦ୍ୱାରା ବ୍ୟକ୍ତି ଆଖିର ରେଟିନା ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଏହାଦ୍ୱାରା ଆଖିର ରଶ୍ମି କମ୍ ହେବାକୁ ଲାଗେ ।

– ଅଧ୍ୟୟନ ଅନୁସାରେରାତିର ସମୟରେ ତଥା ଶୋଇବା ପୂର୍ବରୁ ସ୍ମାର୍ଟଫୋନର ବ୍ୟବହାର ଦ୍ୱାରା ବ୍ୟକ୍ତି ଶରୀରର ମେଲାଟୋନିନ୍ ହର୍ମୋନ୍ ଲେବୁଲ୍ କମ୍ ହେବାକୁ ଲାଗେ, ଯାହା ଅନିଦ୍ରା ଜନିତ ସମସ୍ୟା ଉପୁଜାଇଥାଏ ।

– ଅଧିକ ରାତି ପର୍ଯ୍ୟନ୍ତ ସ୍ମାର୍ଟଫୋନ ବ୍ୟବହାର ବ୍ୟକ୍ତିକୁ ମସ୍ତିଷ୍କ ଟ୍ୟୁମର ସମସ୍ୟା ଆଡ଼କୁ ଠେଲି ଦେଇଥାଏ । ଏହାଦ୍ୱାରା ସ୍ମରଣଶକ୍ତି ହ୍ରାସ ପାଇବାକୁ ଲାଗେ ।

– ଏଥିସହିତ ପ୍ରତ୍ୟେକ ଦିନ ଡ଼େରି ରାତି ଯାଏଁ ମୋବାଇଲ୍ ଫୋନ୍ ବ୍ୟବହାର ଦ୍ୱାରା ବ୍ୟକ୍ତିର ନିଦ ସଂପୂର୍ଣ୍ଣ ହୁଏନି । ଯାହାକି ଦିନଯାକ ବ୍ୟକ୍ତିକୁ କ୍ଳାନ୍ତ କରିଥାଏ ।

– ଏହାବ୍ୟତୀତ ଅଧିକ ରାତି ପର୍ଯ୍ୟନ୍ତ ମୋବାଇଲ୍ ଫୋନ୍ ବ୍ୟବହାର ଯୋଗୁଁ ମସ୍ତିଷ୍କ ପର୍ୟ୍ୟନ୍ତ ସିଗ୍ନାଲ୍ ଦେଉଥିବା ଆପ୍ଟିକ୍ ତଂନ୍ତ୍ରିକା ଉପରେ ଖରାପ ପ୍ରଭାବ ପଡ଼ିଥାଏ , ଯାହା ଗ୍ଲୁକୋମାର ସମସ୍ୟା କରିଥାଏ ।