ମୁଠାଏ ବାଲି ଆଣିଦେଲା ଲୋକପ୍ରିୟତା ! କିଏ ଏହି ଶିଶୁ . . କମେଂଟ୍ ପାଇଁ ଯାହାକୁ ଆପଣ କରନ୍ତି ବ୍ୟବହାର

45

memeସୋସିଆଲ୍ ମିଡିଆରେ ଚିହ୍ନା ପରିଚିତ ଚେହେରା । କାହାର ଫଟୋରେ କମେଂଟ୍ ହେଉ ବା କାହାକୁ ପରିହାସ କରିବା ପାଇଁ ହେଉ । ଫେସବୁକରେ ପ୍ରାୟ ଦେଖିବାକୁ ମିଳେ ଏହି ଲୋକପ୍ରିୟ ‘ମେମେ’ । ହେଲେ କେବେ ଭାବିଛନ୍ତି କିଏ ଏହି ଶିଶୁ । ଏହା କାଳ୍ପନିକ ନା ବାସ୍ତବିକ୍ । ଯଦି ବାସ୍ତବରେ ଏହି ଶିଶୁ ଅଛି ତେବେ କେମିତି ପାଲଟିଲା ସୋସିଆଲ୍ ମିଡିଆର ଡାର୍ଲିଂ । ଜାଣନ୍ତୁ ଏହି ଫଟୋ ପଛର ଇତିହାସ ।

ଘଟଣାଟି ହେଉଛି ୨୬ ଅଗଷ୍ଟ ୨୦୧୧ର । ଲେନି ଗ୍ରୀନର୍ ନାମକ ଜଣେ ପ୍ରସିଦ୍ଧ ଫଟୋଗ୍ରାଫର୍ ନିଜ ୧୧ ମାସର ପୁଅ ସେମୀ ଗ୍ରୀନର୍ ସହ ଏକ ସମୁଦ୍ରକୂଳକୁ ବୁଲି ଯାଇଥିଲେ । ଏହି ସମୟରେ ସେମୀ ହାତରେ ମୁଠାଏ ବାଲି ଧରି ଖାଇବାକୁ ଯାଉଥିବା ସମୟରେ ଲେନି ଏହି ମୁହୂର୍ତ୍ତକୁ ନିଜ କ୍ୟାମେରାରେ କଏଦ କରିନେଇଥିଲେ । ଏହାପରେ ଏହି ଫଟୋକୁ ସେୟାର୍ କରିଥିଲେ ଯାହା ସମସ୍ତଙ୍କୁ ବହୁତ୍ ପସନ୍ଦ ଆସିଥିଲା ।

ଏହା ପରେ ଏହି ଫଟୋକୁ ଅନ୍ୟ ଏକ ୱେବସାଇଟ୍ ଫଟୋସପ୍ କରି ବ୍ୟବହାର କରିଥିଲେ । ଧୀରେ ଧୀରେ ଏହି ଫଟୋ ଲୋକପ୍ରିୟ ହେବା ସହ ଲୋକମାନେ ଫଟୋସପ୍ କରି ନିଜ ହିସାବରେ ବ୍ୟବହାର କରିବାକୁ ଆରମ୍ଭ କଲେ । ତେବେ ସେମୀଙ୍କ ମେମେର ଲୋକପ୍ରିୟତାକୁ ଦେଖି ୨୦୧୨ ରେ ବର୍ଜିନ୍ ମିଡିଆ ଏହି ଫଟୋକୁ ନିଜ ବିଜ୍ଞାପନରେ ସ୍ଥାନ ଦେଇଥିଲେ । ଏପରି କି ହ୍ୱାଇଟ୍ ହାଉସରେ ମଧ୍ୟ ଏହି ସଫଳ କିଡର ଫଟୋ ଦେଖିବାକୁ ମିଳିଥିଲା ।