ଆକ୍ସନ ମୋଡ଼ରେ ଗଣଶିକ୍ଷା ମନ୍ତ୍ରୀ : ୟୁନିଟ୍-୮ ସ୍କୁଲକୁ ସମୀର ଦାସଙ୍କ ଅଚାନକ ଗସ୍ତ, ଅନୁପସ୍ଥିତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

2,073

କନକ ବ୍ୟୁରୋ : ଶିକ୍ଷା ବ୍ୟବସ୍ଥାକୁ କ୍ରିୟାଶୀଳ କରିବା ପାଇଁ ଆକ୍ସନ ମୋଡ଼ରେ ଗଣଶିକ୍ଷାମନ୍ତ୍ରୀ । ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ମନ୍ତ୍ରୀ ହେବା ପରଠାରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇସାରିଲେଣି ସମୀର ଦାସ । ଶିକ୍ଷା ପଦ୍ଧତିରେ କେତେକ ପରିବର୍ତ୍ତନର ଆବଶ୍ୟକତା ରହିଛି । ବିଦ୍ୟାଳୟଗୁଡ଼ିକୁ ପରିଦର୍ଶନ କରିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏହି କ୍ରମରେ ଭୁବନେଶ୍ୱର ୟୁନିଟ୍-୮ ସ୍କୁଲକୁ ଅଚାନକ ଗସ୍ତ କରିଛନ୍ତି ଗଣଶିକ୍ଷାମନ୍ତ୍ରୀ । ବିଇଓଙ୍କ ଠାରୁ ସମସ୍ତ ତଥ୍ୟ ମାଗି ଯାଂଚ କରିଛନ୍ତି ମନ୍ତ୍ରୀ । ଅନୁପସ୍ଥିତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ଗଣ ଶିକ୍ଷାମନ୍ତ୍ରୀ ।ଏହାଛଡା ଅଫିସ କାର୍ଯ୍ୟ ସମୟରେ କୌଣସି ଶିକ୍ଷକଙ୍କୁ ନ ଡାକିବାକୁ ବି ତାଗିଦ କରିଛନ୍ତି

ନବୀନଙ୍କ ପଂଚମ ଇଂସନିସର ଗଣଶିକ୍ଷାମନ୍ତ୍ରୀ ସମୀର ଦାସ । ଦାୟିତ୍ୱ ଗ୍ରହଣ କରିବା ପରଠାରୁ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଲାଗିପଡ଼ିଛନ୍ତି । ସରକାରୀ ବିଦ୍ୟାଳୟ ଉପରୁ ଲୋକଙ୍କ ଆସ୍ଥା କମୁଛି । ଏବେ ଏହା ଚ୍ୟାଲେଞ୍ଜର ବିଷୟ ପାଲଟିଛି । ତେଣୁ ଅଚାନକ୍ ୟୁନିଟ୍-୮ ସ୍କୁଲ ପରିଦର୍ଶନ କରି ସମୀର ଦାସ କହିଛନ୍ତି, ରାଜଧାନୀରୁ ଲୋକଙ୍କୁ ଉଦାହରଣ ମିଳିବା ଉଚିତ୍ । ଶିକ୍ଷା ବ୍ୟବସ୍ଥାର ସୁଧାର ପାଇଁ ପ୍ରଥମେ ରାଜଧାନୀ ଉପରେ ନଜର ପକାଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ୍ । ରାଜଧାନୀ ଭୁବନେଶ୍ୱରରୁ ହିଁ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ କରାଗଲେ ସାରା ରାଜ୍ୟକୁ ଏହା ସୂଚନା ଆକାରରେ ପହଞ୍ଚିବ ।

ଏହା ପ୍ରଥମ ଥର ପୂର୍ବରୁ ମଧ୍ୟ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ନିଷ୍ପତ୍ତି ନେଇସାରିଛନ୍ତି ସମୀର ଦାସ । ମାଟ୍ରିକ ପରୀକ୍ଷାରେ ଖରାପ ପ୍ରଦର୍ଶନ କରିଥିବା ସ୍କୁଲ ଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ସମୀର ଦାସ । ଚଳିତ ପରୀକ୍ଷାରେ ଶୂନ ଫଳ କରିଥିବା ୮୨ଟି ବିଦ୍ୟାଳୟକୁ ଗୁରୁବାର ନୋଟିସ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ଫଳାଫଳ ଶୂନ ଥିବା ବିଦ୍ୟାଳୟକୁ ନିଜେ ବ୍ୟକ୍ତିଗତ ଭାବେ ପରିଦର୍ଶନ କରିବେ ବୋଲି କହିଥିଲେ ।