ଆକ୍ସନରେ ଗଣଶିକ୍ଷା ମନ୍ତ୍ରୀ : ଅଚାନକ ବାଲିଅନ୍ତା ସ୍କୁଲ ଓ ବିଇଓ ଅଫିସରେ ପହଞ୍ଚିଲେ ସମୀର ଦାସ, ଅନୁପସ୍ଥିତ କର୍ମଚାରୀଙ୍କ  ଗୋଟିଏ ଦିନର ଦରମା ବନ୍ଦ 

1,053

କନକ ବ୍ୟୁରୋ : ଆକ୍ସନରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସମୀର ଦାଶ ଆଜି  ଅଚାନକ ବାଲିଅନ୍ତା ବ୍ଲକ ଏଜୁକେଶନ ଅଫିସ ସହ ନୂଆପାଟଣା ୟୁପି ସ୍କୁଲ ଓ ପ୍ରତାପ ଶାସନ ହାଇସ୍କୁଲ ଗସ୍ତ କରିଛନ୍ତି । ବାଲିଅନ୍ତାବିଇଓ ଅଫିସରେ ଗଣଶିକ୍ଷା ମନ୍ତ୍ରୀ ଗଲାବେଳେ ଅଫିସରେ ଅନେକ କର୍ମଚାରୀ ଉପସ୍ଥିତ ନଥିଲେ । ଦିନ ସାଢେ ଦଶଟା ପରେ ବି ମାତ୍ର ୨ ଜଣଙ୍କୁ ଶିକ୍ଷକଙ୍କୁ ଛାଡ଼ିଦେଲେ ସମସ୍ତେ ଅନୁପସ୍ଥିତ ଥିଲେ ।

 

ମନ୍ତ୍ରୀଙ୍କ ଅଚାନକ ସ୍କୁଲ ପରିଦର୍ଶନ ବେଳେ ସ୍କୁଲର ବାସ୍ତବ ଚିତ୍ର ସାମ୍ନାକୁ ଆସିଥିଲା । ପ୍ରାର୍ଥନା ଚାଲିଥିବା ସମୟରେ ସ୍କୁଲରେ ସମୀର ଦାସ ପହଁଚିଥିଲେ । ଏଥିରେ ସମୀର ଦାଶ ଅସନ୍ତୋଷ ପ୍ରକାଶ କରିଥିବା କଥା ଜଣାପଡ଼ିଛି । ଏହାଛଡା ସ୍କୁଲ ପଂହଚି ସେ ପିଲାଙ୍କ ହାଲଚାଲ ବୁଝିଥିଲେ ।  ବିଇଓ ଅଫିସରେ  ଅନୁପସ୍ଥିତ କର୍ମଚାରୀଙ୍କ ଗୋଟିଏ ଦିନର ଦରମା ବନ୍ଦ କରିବା ସହ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଅନୁପସ୍ଥିତ ଥିବା ଶିକ୍ଷକମାନେ କାରଣ ଦର୍ଶାଅ ନୋଟିସର ଉତ୍ତର ନରଖିଲେ ତାଙ୍କ ବିରୋଧରେ ଆଇନିଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ  ସମୀର ଦାସ୍।

 

ନବୀନଙ୍କ ପଂଚମ ଇଂସନିସର ଗଣଶିକ୍ଷାମନ୍ତ୍ରୀ ସମୀର ଦାସ । ଦାୟିତ୍ୱ ଗ୍ରହଣ କରିବା ପରଠାରୁ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଲାଗିପଡ଼ିଛନ୍ତି । ସରକାରୀ ବିଦ୍ୟାଳୟ ଉପରୁ ଲୋକଙ୍କ ଆସ୍ଥା କମୁଛି । ଏବେ ଏହା ଚ୍ୟାଲେଞ୍ଜର ବିଷୟ ପାଲଟିଛି । ତେଣୁ ବିଭିନ୍ନ ସମୟରେ କିଛି ନକହି ଅଚାନକ୍ ବିଭିନ୍ନ ସ୍କୁଲରେ ପହଞ୍ଚି ଯାଉଛନ୍ତି ।