ଝିଅ ଧରିଲେ ଝିଅର ହାତ ! କେନ୍ଦ୍ରପଡାରେ ପ୍ରଥମ ସମଲିଙ୍ଗୀ ବିବାହ, ପଟ୍ଟାମୁଣ୍ଡାଇ ଅଂଚଳରେ ପରସ୍ପରକୁ ଭଲପାଇଁ ବାହାହେଲେ ଦୁଇ ଯୁବତୀ

କଟକରେ ମିଶି ପାଠ ପଢିବା ସହ ଘରୋଇ କମ୍ପାନୀରେ କରୁଥିଲେ କାମ

2,255

କନକ ବ୍ୟୁରୋ: ଝିଅ ଧରିଲେ ଝିଅର ହାତ  । କେନ୍ଦ୍ରାପଡ଼ାରେ ହେଲା ପ୍ରଥମ ସମଲିଙ୍ଗୀ ବିବାହ  । ପରସ୍ପରକୁ ଭଲପାଉଥିବା ଏହି ଦୁଇ ଯୁବତୀ ନୋଟାରୀଙ୍କ ନିକଟରେ ସତ୍ୟପାଠ କରି ବିବାହ କରିଛନ୍ତି  । ଯୁବତୀଙ୍କ ମଧ୍ୟରୁ ଜଣେ ମହାକାଳପଡ଼ାର ହୋଇଥିବା ବେଳେ ଅନ୍ୟଜଣେ ପଟ୍ଟାମୁୂଣ୍ଡାଇର ବୋଲି ଜଣାପଡ଼ିଛି  ।

 

କଟକର ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ଦୁହେଁ ପରସ୍ପରକୁ ଭଲପାଇବସିଥିଲେ  । ବିବାହ ପାଇଁ ବୟସ ହୋଇଥିବାରୁ ପରିବାର ଅନ୍ୟତ୍ର ବିବାହ ପାଇଁ ଚାପ ପକାଇଥିଲେ  । କିନ୍ତୁ ସର୍ବୋଚ୍ଚ ଅଦାଲତଙ୍କ ରାୟ ପରେ ଖୋଲିଯାଇଥିଲା ବାଟ ଓ ଏବେ ଦୁହେଁ ପରସ୍ପରକୁ ବିବାହ କରିଥିବା ଜଣାପଡ଼ିଛି  ।

 

ଗତ କିଛି ମାସ ତଳେ ସୁପ୍ରିମକୋର୍ଟ ଭାରତୀୟ ପିଙ୍ଗଳ କୋଡ୍ ଦଫା ୩୭୭ ଅନୁଯାୟୀ ସମଲିଙ୍ଗୀ ସମ୍ପର୍କକୁ ଅପରାଧମୁକ୍ତ କହିଥିଲେ  । ଏବେ ରାୟ ଆଧାରରେ ଝିଅ ଧରିଛନ୍ତି ଝିଅର ହାତ  ।