ଯେକୌଣସି ରାଜ୍ୟ ହେଉ କିମ୍ବା ସହର, ଏଣିକି ସମାନ MRPରେ ମିଳିବ ପ୍ରତ୍ୟେକଟି ସାମଗ୍ରୀ ।

40

ସାରା ଦେଶରେ ଆଗାମୀ ଅଗଷ୍ଟ ୧ ତାରିଖ ଠାରୁ ପ୍ରତ୍ୟେକଟି ବସ୍ତୁ ସମାନ ଦାମରେ ବିକ୍ରି ହେବ । ଅର୍ଥାତ ପୂର୍ବରୁ ଆମେ ସହର କିମ୍ବା ରାଜ୍ୟ ବଦଳାଇବା କ୍ରମେ ପ୍ରତ୍ୟକଟି ବସ୍ତୁର ଦର ଦାମ ମଧ୍ୟ ବଦଳି ଯାଉଥିଲା । କିନ୍ତୁ ଏବେ ପ୍ରତ୍ୟେକଟି ବସ୍ତୁ ପ୍ରତ୍ୟକଟି ରାଜ୍ୟ ଏବଂ ସହରରେ ସମାନ ଦରରେ ବିକ୍ରି କରାଯିବ । ମହାରାଷ୍ଟ୍ରର ଖାଦ୍ୟବିଭାଗ ମନ୍ତ୍ରୀ ରବିନ୍ଦ୍ର ଚହ୍ୱାନ ଖାଦ୍ୟ ପଦାର୍ଥ ଉପରେ ଏହି ଆଇନ୍ ପ୍ରଣୟନ କରିବା ପାଇଁ ନିର୍ଦ୍ଦେସ ପ୍ରଦାନ କରିଛନ୍ତି । ସରକାରଙ୍କ ଦ୍ୱାରା ଏହି ଆଇନ୍ ଲାଗୁ ହେବା ପରେ ଭିନ୍ନ ଭିନ୍ନ ଦର ଉପରେ ମାଲ-ମଲ୍ଟିପ୍ଲେକ୍ସରେ ଖାଦ୍ୟ ପଦାର୍ଥର ବିକ୍ରି ହୋଇପାରିବ ନାହିଁ ।

ଏମଆରପିରେ ସାମିଲ ହୋଇଥାଏ ଜିଏସଟି :

ଯେକୌଣସି ବସ୍ତୁ ହେଉନା କହିଁକି ପୂର୍ବରୁ ହିଁ ସମସ୍ତ ଟ୍ୟାକ୍ସକୁ ସେଥିରେ ଧାର୍ଯ୍ୟ କରାଯାଇଥାଏ । ଏଆରପିରେ ସାମିଲ କରିବା ପରେ ବଜାରକୁ ବିକ୍ରି କରିବା ପାଇଁ ଛଡା ଯାଇଥାଏ । ଯଦି କୌଣସି ଦୋକାନୀ ଏମଆରପି ଦରକୁ ବାଦ ଦେଇ ଅଧିକ ଟ୍ୟାକ୍ସ ଦାବି କରନ୍ତି ତେବେ ଏହା ସମ୍ପୁର୍ଣ୍ଣ ଭାବେ ଭୁଲ ହୋଇଥାଏ । ଏହା କରିବା ଦ୍ୱାରା ଦୋକାନୀ ଅଧିକ ଲାଭବାନ ହୋଇଥାନ୍ତି । ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ ଏମଆରପି ବିଷୟରେ ଆଜି ମଧ୍ୟ ଅଜ୍ଞ ରହିଛନ୍ତି । ଦୋକାନୀ ଯାହା ଦାମ କହିଥାଏ ଗ୍ରାହକ ତାହା ଦେଇ ଚାଲିଆସନ୍ତି । କିନ୍ତୁ ଏମଆରପି ଠାରୁ ଅଧିକ ଟଙ୍କା ନେବା ଆଇନ ଅନୁଯାୟୀ ଏକ ଅପରାଧ ଅଟେ । ତେଣୁ ଆପଣଙ୍କ ସାମ୍ନାରେ ଯଦି କୌଣସି ଦୋକାନୀ ଏମଆରପି ଠାରୁ ଅଧିକ ଦର ନେଉଛନ୍ତି ତେବେ ତାହାକୁ ବିରୋଦ୍ଧ କରନ୍ତୁ ।