ଆସନ୍ତା ଜୁଲାଇ ମାସରୁ ଦେଶରେ ସମସ୍ତ ଗାଡି ଚାଳକଙ୍କୁ ମିଳିବ ଏକାଭଳି ଡ୍ରାଇଭିଙ୍ଗ ଲାଇସେନ୍ସ ! 

ଗାଡି ଚାଳକଙ୍କ ସମସ୍ତ ତଥ୍ୟ କାର୍ଡରେ ରହୁଛି ତେଣୁ ଅଧିକାରୀ ମାନେ ଏହାକୁ ଯାଞ୍ଚ କରିବା ସମୟରେ କେଉଁ ଗାଡି ଚାଳକ କେତେଥର ନିୟମ ଭାଙ୍ଗିଛନ୍ତି ତାହା ମଧ୍ୟ ବେଶ ସହଜରେ ଧରାପଡିଯିବ । 

96

କେନ୍ଦ୍ରୀୟ ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ଜୁଲାଇ ୨୦୧୯ରୁ ଏକ ଦେଶ ଏକ ଲାଇସେନ୍ସ ଥିମ ଥିବା ଡ୍ରାଇଭିଙ୍ଗ ଲାଇସେନ୍ସ ଲାଗୁ କରିବାକୁ ଯାଉଛି । ଏଥିପାଇଁ ଡ୍ରାଫ୍ଟ ଅଧିସୂଚନା ଜାରି କରାଯାଇଛି । ଏହି ସ୍ୱତନ୍ତ୍ର କାର୍ଡ ସାମ୍ନା ଓ ପଛ ପାଶ୍ୱର୍ରେ ଚାଳକଙ୍କ ସମସ୍ତ ସୂଚନା ରହିବ । ଏପରିକି ଏଥିରେ ଲାଗିଥିବା ଚିପରେ ମଧ୍ୟ ଗାଡି ଚାଳକଙ୍କ ସମସ୍ତ ଡାଟା ଉଲ୍ଲେଖ ରହିବ । ଏହାଛଡା ସାମ୍ନା ପଟରେ ବ୍ଲଡ ଗ୍ରୁପ, ଲାଇସେନ୍ସର ବୈଧତାର ସମସ୍ତ ସୂଚନା ରହିବ ।

ଏବେ ବ୍ୟବହାର କରାଯାଉଥିବା ଲାଇସେନ୍ସ ଉପରେ ରାଜ୍ୟ ସଡକ ପରିବହନ ବିଭାଗର ନାମ ଲେଖାଯାଉଥିଲା । ଯେଉଁଥିପାଇଁ ଅନ୍ୟ ରାଜ୍ୟ ଗୁଡିକରେ ଗାଡି ଚାଳକଙ୍କ ବାବଦରେ ଜାଣିବା କାଠିକର ପାଠ ହେଉଥିଲା । କିନ୍ତୁ ଆସିବାକୁ ଥିବା ନୂଆ ଡ୍ରାଇଭିଙ୍ଗ ଲାଇସେନ୍ସ କାର୍ଡ ପଛରେ ଏକ ଚିପ ରହିବ । ଯାହାର ଏକ ସ୍ୱତନ୍ତ୍ର ନମ୍ବର ମଧ୍ୟ ରହିବ ।ଏପରିକି ଚାଳକ କେଉଁ କେଉଁ ଗାଡି ଚଳାଇପାରିବେ ତାହା ମଧ୍ୟ ଲାଇସେନ୍ସ ଉପରେ ଅଙ୍କିତ ରହିବ ।ଏଥିରେ ଥିବା କ୍ୟୁଆର କୋର୍ଡକୁ ସ୍କାନ କରି ଟ୍ରାଫିକ ପୋଲିସ ବେଶ ସହଜରେ ଚାଳକଙ୍କ ସମସ୍ତ ତଥ୍ୟ ପାଇପାରିବେ ।

ଲାଇସେନ୍ସ ଉପରେ ଜରୁରୀ କାଳୀନ ପରିସ୍ଥିତିରେ ଆବଶ୍ୟକ ପଡୁଥିବା ନମ୍ବର ମଧ୍ୟ ଉଲ୍ଲେଖ ରହିବ । ଯେହେତୁ ଗାଡି ଚାଳକଙ୍କ ସମସ୍ତ ତଥ୍ୟ କାର୍ଡରେ ରହୁଛି ତେଣୁ ଅଧିକାରୀ ମାନେ ଏହାକୁ ଯାଞ୍ଚ କରିବା ସମୟରେ କେଉଁ ଗାଡି ଚାଳକ କେତେଥର ନିୟମ ଭାଙ୍ଗିଛନ୍ତି ତାହା ମଧ୍ୟ ବେଶ ସହଜରେ ଧରାପଡିଯିବ ।