ପାରାଦୀପରେ ଜମୁଛି ପ୍ରଚାର : ପୁରୁଣା ମୁହଁ ବାପି ସର୍ଖେଲଙ୍କୁ ଟକ୍କର ଦେବେ ଦାମଙ୍କ ପୁଅ ସମ୍ବିତ ରାଉତ

ମୈଦାନରେ ବିଜେପିର ପ୍ରାର୍ଥୀ ବି ଦେଉଛନ୍ତି କଡା ମୁକାବିଲା

205

କନକ ବ୍ୟୁରୋ : ପାରାଦୀପରେ ହେବ ରୋଚକ ଲଢେଇ । ମୈଦାନରେ ଏଥର ଦାମୋଦର ରାଉତ ନାହାନ୍ତି । କିନ୍ତୁ ତାଙ୍କ ସ୍ଥାନରେ ଅଛନ୍ତି ତାଙ୍କ ପୁଅ ସମ୍ବିତ ରାଉତରାୟ । ସେ ବିଜେଡି ଟିକେଟରୁ ନିର୍ବାଚନ ଲଢୁଛନ୍ତି । ଗତଥର ଏଠାରେ କଂଗ୍ରେସର ବାପି ସର୍ଖେଲଙ୍କୁ ହରାଇ ଦାମ ରାଉତ ବିଜୟୀ ହୋଇଥିଲେ । ଏଥର କିନ୍ତୁ ବାପି ସର୍ଖେଲ କଂଗ୍ରେସରୁ ପୁଣି ଲଢୁଛନ୍ତି । ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ସମ୍ପଦ ସ୍ୱାଇଁ ।

ନିର୍ବାଚନୀ ପ୍ରଚାର ବେଳେ ବାପି ସର୍ଖେଲ କହିଛନ୍ତି, “ଗତ ୧୮/୧୯ ବର୍ଷ ହେବ ଓଡିଶାବାସୀ ଯେମିତି ଶୋଷିତ ହେଉଛନ୍ତି । ଲୋକଙ୍କୁ ଯେକୈାଣସି କାମ ପାଇଁ ପିସି ମଗାଯାଉଛି । ଏହି ଦୁର୍ନୀତିଗ୍ରସ୍ତ ସରକାରକୁ ହଟାଇବା ପାଇଁ ଲୋକମାନେ ମାନସିକ ସ୍ତରରେ ପ୍ରସ୍ତୁତ ହୋଇଯାଇଛନ୍ତି ।”

ସେପଟେ ସମ୍ବିତ ରାଉତରାୟ କହିଛନ୍ତି କି, “ଜିତିବୁ ନିଶ୍ଚୟ । ନବୀନ ପଟ୍ଟନାୟକ ଆଉ ଥରେ ମୁଖ୍ୟମନ୍ତ୍ରୀ ହେବେ, ବିଜୁ ଜନତା ଦଳ ଆଉ ଥରେ ସରକାର କରିବ । ପରିବାର ସାଙ୍ଗରେ ଅଛି, ସମସ୍ତେ ଏକଜୁଟ୍ ହେଉଛୁ । ପ୍ରଚାର ମଙ୍ଗ ଧରିଛନ୍ତି, କି ପ୍ରକାର ରଣନୀତି ପ୍ରସ୍ତୁତ କରାଯିବ ଚାଣକ୍ୟ ଅଛନ୍ତି । ମୋତେ ଯେଉଁ ରାସ୍ତାରେ ନେଇଯାଉଛନ୍ତି ସେହି ରାସ୍ତାରେ ଯାଉଛି ।”