ମୋଦି ନୁହେଁ, ୨୦୧୯ରେ ପୁରୀରୁ ନିର୍ବାଚନ ଲଢିବେ ସମ୍ବିତ ପାତ୍ର । ନୂଆ ଚେହେରା ଆଣି ପାରିବେ କି ବିଜେପି ପାଇଁ ବିଜୟ?
ଆଗାମୀ ନିର୍ବାଚନରେ ପୁରୀ ଆସନରୁ ଲଢିବେ ସମ୍ବିତ ପାତ୍ର । ଦୀର୍ଘ ବର୍ଷ ଧରି ଏହି ଆସନରେ ବିଜେଡି ନିଜର ଦବଦବା ଦେଖାଇ ଆସିଛି । ପିନାକୀ ମିଶ୍ର ଲଗାତ ଭାବେ ଏହି ଆସନରୁ ଜିତିଛନ୍ତି । ଏହା ଅନ୍ତର୍ଗତ ବିଧାନସଭା ଆସନରେ କେବଳ ଚିଲିକାକୁ ଛାଡିଦେଲେ ବିଜେପି ଅନ୍ୟ କୈାଣସି ଆସନରେ ମଧ୍ୟ ଜିତି ପାରିନାହିଁ ।
୨୦୧୯ରେ ପୁରୀରୁ ନିର୍ବାଚନ ଲଢିବେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ଆଗାମୀ ନିର୍ବାଚନରେ ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ଲଢୀପାରନ୍ତି, ଏନେଇ ଚାଲିଥିବା ଚର୍ଚ୍ଚାରେ ଶେଷରେ ପୂର୍ଣ୍ଣଛେଦ ପଡିଛି । ପ୍ରଥମ ଥର ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ଥିବା ସମ୍ବିତ ପାତ୍ର ୨୦୧୯ରେ ପୁରୀରୁ ନିଜ ଭାଗ୍ୟ ପରୀକ୍ଷା କରିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱରରେ ଦଳର ରାଷ୍ଟ୍ରୀୟ କାର୍ୟ୍ୟକାରିଣୀ ପରେ ଚର୍ଚ୍ଚା ଜୋର ଧରିଥିଲା ଯେ, ହୁଏତ ୨୦୧୯ରେ ମୋଦି ପୁରୀରୁ ଲଢି ପୂର୍ବ ଭାରତରେ ବିଜେପିର ସ୍ଥିତିକୁ ଆହୁରି ମଜଭୁତ କରିବାକୁ ଉଦ୍ୟମ କରିବେ । ଏପରିକି ଦଳର ରାଜ୍ୟ ଶାଖା ତରଫରୁ କୁହାଯାଇଥିଲା, ଏନେଇ ଏକ ସଂକଳ୍ପ ପାରିତ କରାଯାଇ, କେନ୍ଦ୍ରୀୟ ଟିମ ନିକଟକୁ ପଠାଇ ଦିଆଯାଇଛି ।
ହେଲେ ଶେଷରେ ଏହି ତମାମ କଳ୍ପନା ଜଳ୍ପନାରେ ପୂର୍ଣ୍ଣଛେଦ ପଡିଛି । ଆଗାମୀ ନିର୍ବାଚନରେ ପୁରୀ ଆସନରୁ ଲଢିବେ ସମ୍ବିତ ପାତ୍ର । ଦୀର୍ଘ ବର୍ଷ ଧରି ଏହି ଆସନରେ ବିଜେଡି ନିଜର ଦବଦବା ଦେଖାଇ ଆସିଛି । ପିନାକୀ ମିଶ୍ର ଲଗାତର ଭାବେ ଏହି ଆସନରୁ ଜିତିଛନ୍ତି । ଏହା ଅନ୍ତର୍ଗତ ବିଧାନସଭା ଆସନରେ କେବଳ ଚିଲିକାକୁ ଛାଡିଦେଲେ ବିଜେପି ଅନ୍ୟ କୈାଣସି ଆସନରେ ମଧ୍ୟ ଜିତି ପାରିନାହିଁ ।
ନୂଆ ଚେହେରା ସମ୍ବିତ ପାତ୍ରଙ୍କୁ ଆଣି ପୁରୀରେ ନିର୍ବାଚନୀ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖୀଥିବା ବିଜେପିକୁ ଏହା କେତେଦୂର ଫାଇଦା ପହଁଚାଇବ ତା ଉପରେ ସମ୍ତଙ୍କ ନଜର ରହିଛି । ବଡ କଥା ହେଉଛି, ତୃତୀୟ ପର୍ଯ୍ୟାୟରେ ପୁରୀ ଲୋକସଭା ଆସନ ପାଇଁ ନିର୍ବାଚନ ହେବାକୁ ଅଛି । ଏହି ଆସନ ପାଇଁ ଏଯାଏଁ ବିଜେଡି କିମ୍ବା କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ । ସମ୍ବିତ ପାତ୍ରଙ୍କ ବିରୁଦ୍ଧରେ ବିଜେଡି ପିନାକୀ ମିଶ୍ରଙ୍କୁ ପୁଣି ନିର୍ବାଚନ ମୈଦାନକୁ ଓହ୍ଲାଇବ ନା ଆଉ କିଛି ସମୀକରଣ ଉପରେ ଦଳ ଚିନ୍ତା କରୁଛି, ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।