ଯୋଗୀ ଆଦିତ୍ୟନାଥଙ୍କ ଗଡରେ ଗୁଣ୍ଡାରାଜ , ସହିଦଙ୍କୁ ମିଳିଲାନି ସମ୍ମାନ ! ଆମ୍ବୁଲାନ୍ସ ବଦଳରେ ପରିବା ଗାଡିରେ ବୁହାହେଲା ସହିଦ୍ ଙ୍କ ମରଶରୀର ।

327

ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାରେ କିଛି ଅଜ୍ଞାତ ଯୁବକ ଦୁଇଜଣ ପୋଲିସକର୍ମୀଙ୍କୁ ଗୁଳି କରି ହତ୍ୟା କରିବା ସହ ତିନିଜଣ କଏଦୀଙ୍କୁ ମୁକ୍ତ କରିଦେଇଛନ୍ତି । ଏହି ଦୁଃଖଦ ଘଟଣାରୁ ଅଧିକ ଦୁଃଖଦାୟକ ହେଉଛି ନିଜ ସାଥି ପୋଲିସକର୍ମୀଙ୍କ ମରଶରୀରକୁ ବୋହିବା ପାଇଁ ଆମ୍ବୁଲାନ୍ସ ଯୋଗାଡି ପାରିନାହିଁ ପୋଲିସ୍ ବିଭାଗ । ଦୁଇ ପୋଲିସକର୍ମୀଙ୍କ ମରଶରୀରକୁ ଏକ ପରିବା ଟେମ୍ପୋରେ ବୋହି ହସ୍ପିଟାଲ୍ କୁ ଅଣାଯାଇଛି । ଯେଉଁ ପୋଲିସ୍ ଭ୍ୟାନରେ କଏଦୀଙ୍କୁ ନିଆଯାଉଥିଲା ଉକ୍ତ ଭ୍ୟାନର ଅବସ୍ଥା ଶୋଚନୀୟ ଅବସ୍ଥାରେ ଥିଲା ଏମିତି କି ଗାଡି ଷ୍ଟାର୍ଟ କରିବା ପାଇଁ ଧକ୍କା ଦେବାକୁ ପଡୁଥିଲା । ବୁଧବାର ମଧ୍ୟ ଭ୍ୟାନ୍ କୁ ପୋଲିସ୍ କର୍ମୀମାନେ ଧକ୍କା ଦେଇ କଏଦୀଙ୍କୁ ସେଥିରେ ନେଇଥିଲେ ।

ଏହି ମାମଲାରେ ଡିଜିପି ଓ.ପି ସିଂହ କହିଛନ୍ତିି , ଘଟଣା ପରେ ଗୁରୁତର ଥିବା ପୋଲିସ୍ କର୍ମୀଙ୍କ ଚିକିତ୍ସା କରିବା ଆମର ପ୍ରଥମ କର୍ତ୍ତବ୍ୟ ଥିଲା । ତେଣୁ ଆମେ କୌଣସି ପ୍ରୋଟୋକଲ୍ ର ଅପେକ୍ଷା ନ କରି ଯେଉଁ ବାହନ ମିଳିଲା ସେଥିରେ ଗୁରୁତରଙ୍କୁ ଲଦି ହସ୍ପିଟାଲ୍ ଆଣିଲୁ । ପୋଲିସର କହିବାନୁସାରେ ୩ ଜଣ କଏଦୀଙ୍କୁ ନେଇ ମୁରଦରାବାଦ୍ ଯାଉଥିବା ଏକ ଭ୍ୟାନ୍ କୁ କିଛି ଅଜ୍ଞାତ ଯୁବକ ବନିୟାଠେର ଠାରେ ଅଟକାଇ ଥିଲେ । ଏହି ସମୟରେ ଡ୍ୟୁଟିରେ ଥିବା ପୋଲିସକର୍ମୀ ହରେନ୍ଦ୍ର ଏବଂ ବୃଜପାଳଙ୍କୁ ଦୁର୍ବୃତ୍ତ ଗୁଳିମାରି ତାଙ୍କ ଠାରୁ ବନ୍ଧୁକ ଏବଂ କଏଦୀ ମାନଙ୍କୁ ମୁକ୍ତ କରି ନେଇ ଯାଇଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସହିଦ୍ ପୋଲିସ୍ କର୍ମୀଙ୍କ ପରିଜନଙ୍କୁ ୫୦-୫୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ଘୋଷଣ।। କରିଛନ୍ତି ।