ଆଗାମୀ ଶିକ୍ଷାବର୍ଷରୁ ଲାଗୁହେବ ସମ୍ବଲପୁରୀ ଡ୍ରେସକୋଡ । ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସୂଚନା

21

କନକ ବ୍ୟୁରୋ : ଆଗାମୀ ଶିକ୍ଷାବର୍ଷରୁ ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡିକରେ ଲାଗୁହେବ ସମ୍ବଲପୁରୀ ଡ୍ରେସକୋଡ । ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଗୁରୁବାର ଏନେଇ ସୂଚନା ଦେଇଛନ୍ତି । ସମ୍ବଲପୁର ଲୋକ ମହୋତ୍ସବରେ ଯୋଗଦେଇ ଏହା କହିଛନ୍ତି ମନ୍ତ୍ରୀ । ଆଗାମୀ ଶିକ୍ଷାବର୍ଷରୁ ପ୍ରଥମେ କଲେଜ ପିଲାଙ୍କ ପାଇଁ ସମ୍ବଲପୁରୀ ଡ୍ରେସକୋଡ ଲାଗୁ କରାଯିବ ।

ପରବର୍ତି ପର୍ଯ୍ୟାୟରେ ଏହା ସ୍କୁଲ ପିଲାଙ୍କ କ୍ଷେତ୍ରରେ ମଧ୍ୟ ଲାଗୁହେବ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିବା କହିଛନ୍ତି ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ । ଏଥିପାଇଁ ଆବଶ୍ୟକ ଥିବା ଆନୁସଙ୍ଗିକ ବ୍ୟବସ୍ଥା କରିବା ସହ କାଗଜପତ୍ର ପ୍ରସ୍ତୁତ କରାଯାଉଥିବା ଗଣମାଧ୍ୟମକୁ ସୂଚନା ନେଇଛନ୍ତି ମନ୍ତ୍ରୀ ଛୁରିଆ ।

ତେବେ  ସମ୍ବଲପୁରୀ ଡ୍ରେସ କୋଡ ଲାଗୁ ହେବା ପରେ ଆମ ରାଜ୍ୟର  ସଂସ୍କୃତି ଗୌରବାନ୍ୱିତ ହେବା ସହ ଏହା ଉପରେ ନିର୍ଭର କରି ବଂଚୁଥିବା ଓଡିଆ ପରିବାର ମାନେ ନିଜର କୌଳିକ ବୃତ୍ତି କୁ ବଜାୟ ରଖିପାରିବେ । ଅନେକ ସମୟରେ  ପଶ୍ଚିମ ଓଡିଶାର ଅନେକ ପରିବାର ନିଜର କୌଳିକ ବୃତ୍ତିକୁ ହରାଇ ବିପଦରେ ପଡିଥିବାର ନଜର ରହିଛି । ଅନେକ  ସମୟରେ ସେମାନାଙ୍କୁ  ରାଜରାସ୍ତାକୁ ଓହ୍ଲାଇବାକୁ ପଡିଛି । ତେବେ  ସରକାରଙ୍କ  ଏହି  ନିଷ୍ପତ୍ତି ସେମାନଙ୍କୁ କିଛିମାତ୍ରାରେ ଆଶ୍ୱସ୍ତି ଦେବାରେ ସାହାଯ୍ୟ କରିବ ।