ସମ୍ବଲପୁର ସଦର ମେଡିକାଲରୁ ପିଲା ଚୋରୀ ଘଟଣା ! ଚାରି ମାସ ପରେ ବି ଏଯାଏଁ ଶିଶୁର ମିଳୁନି ପତ୍ତା

28

କନକ ବ୍ୟୁରୋ: ୪ମାସ ବିତିଗଲା କିନ୍ତୁ ମିଳିଲାନି ଶିଶୁ । ସମ୍ବଲପୁର ସଦର ମେଡିକାଲରୁ ପିଲା ଚୋରୀ ଘଟଣାକୁ ଚାରି ମାସ ବିତିଲାଣି କିନ୍ତୁ ଆଜିଯାଏଁ ଶିଶୁ ପୁତ୍ରର କୌଣସି ପତ୍ତା ମିଳିନି । ଜୁଜୁମୁରା ଅର୍ନ୍ତଗତ ଆମୁଲପାଣି ଗାଁର ଗୀତାଂଜଳି ମାଝୀ ଏବେବି ତାଙ୍କ ଶିଶୁ ପୁତ୍ରର ଫେରିବା ବାଟକୁ ଚାହିଁ ରହିଛନ୍ତି । ଚାରି ମାସ ତଳେ ସମ୍ବଲପୁର ସଦର ମେଡିକାଲରେ ତାଙ୍କର ଶିଶୁ ପୁତ୍ର ଜନ୍ମ ହେବାର କେଇ ଘଂଟା ପରେ ଜଣେ ଅଜଣା ମହିଳା ଶିଶୁ ପୁତ୍ରକୁ ଚୋରି କରିନେଇଥିଲେ ।

ପରେ ପୁଲିସ ବିଭିନ୍ନ ଖାନ ତଳାସ କରିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସଫଳତା ମିଳିନାହିଁ । ସେପଟେ ଏବେବି ଦମ୍ପତି ପୁଅକୁ ଫେରି ପାଇବା ଆଶାରେ ମେଡିକାଲ ରେ ଜଗି ରହିଛନ୍ତି । ତେବେ ଶିଶୁ ପୁତ୍ରକୁ ଖୋଜା ଚାଲିଛି ଓ ଖୁବ୍ ଶ୍ରୀଘ୍ର ତାକୁ ଠାବ କରାଯିବ ବୋଲି ସମ୍ବଲପୁର ଜିଲ୍ଲାପାଳ କହିଛନ୍ତି ।