ସମ୍ବଲପୁର ସାଲେଭଟା ପଂଚାୟତରେ ଅଭାବନୀୟ ଘଟଣା : ପୂର୍ବତନ ସରପଂଚଙ୍କୁ ନିର୍ମମ ହତ୍ୟା, ଭୁଜାଲି ଠେଙ୍ଗାରେ ସଂଘବଦ୍ଧ ଆକ୍ରମଣ ପରେ ହସ୍ପିଟାଲରେ ଗଲା ଜୀବନ

29

କନକ ବ୍ୟୁରୋ : ପୂର୍ବତନ ସରପଂଚକୁ ହତ୍ୟା । ସମ୍ବଲପୁର ନାକଟିଦେଉଲ ବ୍ଲକ ଅନ୍ତର୍ଗତ ସାଲେଭଟାର ପଂଚାୟତର ପୂର୍ବତନ ସରପଂଚ ପର୍ଶୁରାମ ପ୍ରଧାନଙ୍କୁ ହତ୍ୟା କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ସଂଘବଦ୍ଧ ଭାବେ ଆକ୍ରମଣ କରି ପଶୁରାର୍ମଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ । ମିଳିିଥିବା ସୂଚନ ଅନୁସାରେ ପର୍ଶୁରାମ ରାତିରେ ଘରକୁ ଫେରୁଥିବା ସମୟରେ ଦୁର୍ବୃତ ଛକି ରହି ତାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ରେଢ଼ା ଖୋଲ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ସମ୍ବଲପୁର ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ପୂର୍ବ ଶତୃତାରୁ ଏହି ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି ପୋଲିସ । ତେବେ ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ଥାନୀୟ ଲୋକମାନେ ମେଡିକାଲରେ ପହଚିଂ ଦୋଷୀ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଥିଲେ । ତେବେ ବାରମ୍ବର ପେରି ରାଜନୈତିକ ବ୍ୟକ୍ତି ମାନଙ୍କୁ ଏପରି ଭାବରେ ନିର୍ମମ ହତ୍ୟା କରାଯାଉଥିବାରୁ ବୃଦ୍ଧିଜୀବି ମହଲରେ ଦୃଢ ନିନ୍ଦା କରାଯାଉଛି । ତେବେ ସରପଚଂଙ୍କୁ କାହିଁକି ହତ୍ୟା କରାଗଲା ଓ କିଏ କଲା ସେ ବିଷୟରେ ବର୍ତ୍ତମାନ ସମୟରେ କୈାଣସି ସୂଚନା ମିଳିନଥିଲେ ମଧ୍ୟ ପୋଲିସ ଖୁବଶୀଘ୍ର ଘଟଣାରେ ଜଡିତ ବ୍ୟକ୍ତିଙ୍କୁ ଗିରଫ କରିବ ବୋଲି ସୂଚନା ମିଳିଛି ।