ସମ୍ବଲପୁରରେ ଗୋଟିଏ ପରିବାରର ୫ଜଣଙ୍କ ସନ୍ଦେହଜନକ ମୃତ୍ୟୁ : ସାରଳା ଷ୍ଟେସନ ନିକଟରେ ଟ୍ରେନରେ କଟି ପ୍ରାଣହରାଇଲେ ୫ସଦସ୍ୟ

16

କନକ ବ୍ୟୁରୋ : ସମ୍ବଲପୁରରେ ଗୋଟିଏ ପରିବାରର ୫ଜଣଙ୍କ ସନ୍ଦେହଜନକ ମୃତ୍ୟୁ । ଟ୍ରେନରେ କଟି ଏହି ୫ଜଣଙ୍କର ମୃତ୍ୟୁ ହୋଇଛି । ପ୍ରାଣ ହରାଇଥିବା ସମସ୍ତ ୫ ଜଣ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡିଛି । ସରଳା ଷ୍ଟେସନ ନିକଟରୁ ଏମାନଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।

ମୃତକଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଓ ତାଙ୍କ ୩ ଜଣ ଝିଅ ରହିଛନ୍ତି । ତେବେ ଆର୍ଥିକ ଅଭାବ ଅନଟନ ଯୋଗୁଁ ପରିବାରର ସମସ୍ତେ ଏକାଠି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୁଲିସ ପହଂଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି ।