୮୦ ଟଙ୍କାର ମୁଲିଆ! ଶିଶୁ ସୁରକ୍ଷା ନାଁରେ ଯୋଜନାର ଲମ୍ବା ତାଲିକା ଭିତରେ ଅସ୍ତିତ୍ୱ ହରାଉଛି ଶୈଶବ

32

କନକ ବ୍ୟୁରୋ : ମୁଣ୍ଡ ଉପରେ ୪୫ ଡିଗ୍ରୀର ତାତି, କିନ୍ତୁ ବନବିଭାଗ ଅଧିନରେ ଶ୍ରମିକ ଭାବେ କାମ କରୁଛନ୍ତି ନାବାଳକ । ସମ୍ବଲପୁରରୁ ଆସିଛି ଏଭଳି ଖବର । ଶିଶୁ ସୁରକ୍ଷା ପାଇଁ ରାଜ୍ୟ ସରକାର ନିୟମ କରିଥିଲେ ବି ସରକାରୀ ଅଧିକାରୀ ହିଁ ଏହାକୁ ବାଏଁ ବାଏଁ ଉଡାଇ ଦେଇଛନ୍ତି । ସମସ୍ତଙ୍କ ଆଖିଆଗରେ କେନ୍ଦୁପତ୍ର ଫଡିରେ କାମ କରୁଛନ୍ତି ନାବାଳକ । ମୁନସୀ ଏମାନଙ୍କୁ ସଜାଇଛି ୮୦ ଟଙ୍କାର ମୂଲିଆ ।

ଶିଶୁ ଶ୍ରମିକଙ୍କୁ କେନ୍ଦୁପତ୍ର ବନ୍ଧା କାର୍ଯ୍ୟରେ ନିୟୋଜିତ କରିବା କଥାକୁ ସ୍ୱୀକାର କରିଛନ୍ତି ମୁନସୀ । ଅନ୍ୟପଟେ ସମ୍ବଲପୁର ଡିଏଫଓ କହିଛନ୍ତି ଶିଶୁ ଶ୍ରମିକଙ୍କୁ ନିୟୋଜିତ କରିବା ପାଇଁ ସେଭଳି କୋ÷ଣସ ନିର୍ଦ୍ଦେଶ ନାହିଁ । ଏବଂ ଏଭଳି ଖବର ମଧ୍ୟ ତାଙ୍କ ନଜରକୁ ଆସିନି । ତେଣୁ ଖବର ପାଇଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯିବ । ଶିଶୁ ଶ୍ରମିକ ଆଇନକୁ କଡାକଡି ପାଳନ କରିବା ପାଇଁ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନକୁ ତାଗିଦ୍ କରନ୍ତି ସରକାର । କିନ୍ତୁ ଏହି ନିର୍ଦ୍ଦେଶ କେବଳ ଫାଇଲ୍ ଭିତରେ ରହିଯାଇଛି ।

ଦେଖନ୍ତୁ ଏହି ଭିଡିଓ –