ଟ୍ରକ୍ ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁ : କ୍ଷତିପୂରଣ ଦାବିରେ ଥାନା ଘେରିଲେ ସମ୍ବଲପୁର ମହିଳା ମହାବିଦ୍ୟାଳୟ ଛାତ୍ରୀ

33

ସମ୍ବଲପୁର : ଦୁର୍ଘଟଣା ପରେ ଉତେଜନା । ଟ୍ରକ ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁ ପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରୀ। ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁରରେ। ଆଜି ଭୂତାପଡା ଛକ ନିକଟରେ ଟ୍ରକ ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ସମ୍ବଲପୁର ମହିଳା ମହାବିଦ୍ୟାଳୟରେ ଉତ୍ତେଜନା ଦେଖାଦେଇଥିଲା। ଉତ୍ୟକ୍ତ ଛାତ୍ରୀ ଥନୁପାଲି ଥାନା ଘେରାଉ କରିବା ସହ ରାସ୍ତାରୋକ କରିଥିଲେ ଛାତ୍ରୀ।

ମହିଳା ମହାବିଦ୍ୟାଳୟରେ ଛାତ୍ରୀ ପୂଜା ସାହୁ କଲେଜରୁ ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ଭୂତାପଡା ଛକ ନିକଟରେ ନୋଏଂଟ୍ରି ଜୋନରେ ଏକ ଦଶ ଚକିଆ ଟ୍ରକ୍ ବିପରିତ ପଟୁ ଆସି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ଏହି ଘଟଣାକୁ ନେଇ ଅନ୍ୟ ଛାତ୍ରୀମାନେ ଧନୁପାଲି ଥାନା ଓ ଭୂତାପଡା ଛକ ନିକଟରେ ରାସ୍ତାରୋକ କରିଥିଲେ । ମୃତକଙ୍କ ପରିବାରକୁ ୩୦ଲକ୍ଷ ଟଙ୍କା କ୍ଷତିପୂରଣ ସହ ଛାତ୍ରୀଙ୍କ ସୁରକ୍ଷା ପାଇଁ ଦାବି ହୋଇଛି।