ସମ୍ବଲପୁର ଝାଙ୍କରୀପାଲି ଅଞ୍ଚଳରେ ପାୱାର କେନାଲରେ ବୁଡି ୨ ଛାତ୍ରଙ୍କର ମୃତ୍ୟୁ , ଉଭୟଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

27

କନକ ବ୍ୟୁରୋ : ପୁଣି ପାଣିରେ ବୁଡି ୨ ଛାତ୍ର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଘଟଣାଟି ସମ୍ବଲପୁର ଝାଙ୍କରପାଲ୍ଲୀ ଅଞ୍ଚଳରେ ଘଟିଛି ଏହି ଘଟଣା । ଆଜି ସକାଳୁ ସମୁତି ଦାୟ ଓ ସମୀର ଦଳେଇ ନାମକ ଦୁଇ ନାବାଳକ ସକାଳୁ କୋଚିଂ ସେଣ୍ଟରକୁ ପାଠ ପଢିବା ପାଇଁ ଘରୁ ବାହାରିଥିଲେ । ତେବେ କୋଚିଂ ସେଣ୍ଟର ନଯାଇ ଝାଙ୍କରପାଲ୍ଲୀ ପାୱାର କେନାଲ ଗାଧୋଇବାକୁ ଯାଇଥିଲେ । ତେବେ କୈାଣସି କାରଣରୁ ଉଭୟ ଛାତ୍ର ସେହି କେନାଲରେ ବୁଡି ଯାଇଥିଲେ । ତେବେ ଘଟଣା ଜଣା ପଡିବା ପରେ ସ୍ଥାନୀୟ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ଶେଷରେ ଉଭୟଙ୍କ ମୃତ ଦେହ ଠାବ ହୋଇଥିବା ସୂଚନା ମିଳିଛି ।

ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ଭିଡ ଜମାଇଥିଲେ । ଅଗ୍ନିଶମ କର୍ମଚାରୀଙ୍କ କହିବା ଅନୁସାରେ ସେମାନେ ପାଣି ଭିତରେ ହିଁ ପ୍ରାଣତ୍ୟାଗ କରିଥିଲେ । ତେବେ ପରିବାର ପକ୍ଷରୁ କୁହାଯାଇଛି ଯେ, ପିଲାମାନେ କୋଚିଂ ସେଣ୍ଟ ଯିବେ ବୋଲି କହି ଘରୁ ବାହାରିଥିଲେ । କେଉଂ ପରିସ୍ଥିତିରେ ସେମାନେ ସେଠାକୁ ଯାଇଥିଲେ ଆମେ ଜାଣିନାହୁଂ । ତେବେ ଉଭୟଙ୍କ ଶବ ବ୍ୟବଚ୍ଚେଦ ପାଇଂ ମେଡିକାଲରେ ଶବ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ପୂର୍ବରୁ ମଧ୍ୟ ଭୁବନେଶ୍ୱରର କୁଆଖାଇ ନଦୀରେ ସ୍କୁଲ ଯିବା ବାଟରେ କିଛି ପିଲା ଗାଧୋଉଥିଲେ କୈାଣସି ବଶତଃ ସେମାନଙ୍କ ଗୋଡ ଖସିଯାଇଥିଲା ଓ ଘଟଣା ସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ହୋଇଥିଲା । ତେବେ ବାରମ୍ବାର ଏପରି ସ୍କୁଲ ଓ କୋଚିଂ ଗଲାବେଳେ ପିଲାମାନେ ନଦୀରେ ଗାଧୋଉଛନ୍ତି ଯାହା ଫଳରେ ଅକାରଣରେ ନିରୀହ ପିଲାଙ୍କ ପ୍ରାଣ ଯାଉଛି । ମିଳିଥିବା ସୂଚନା ଅନୁସାରେ ମେଡିକାଲରେ ଶବ ପହଞ୍ଚିସାରିଛି ।