ଶୀତଳଷଷ୍ଠୀ ଯାତ୍ରା ପାଇଁ ସମ୍ବଲପୁରରେ ଜୋରସୋରରେ ଚାଲିଛି ପ୍ରସ୍ତୁତି

39

କନକ ବ୍ୟୁରୋ : ବିଶ୍ୱ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିବାବେଳେ ବଡ଼ବଜାରର ସିତେଲେଶ୍ୱର ବାବାଙ୍କର ଶୋଭାଯାତ୍ରାରେ ମୁଖ୍ୟ ଆକର୍ଷଣ ହେବ ୧୦୦ ମୁଣ୍ଡ ରାବଣ ମେଢ଼ ଓ ଡିଜିଟାଲ ଇଣ୍ଡିଆର ପ୍ରତିମୂର୍ତି ସାଙ୍ଗକୁ ସ୍ଥାନୀୟ ସମସ୍ୟାକୁ ନେଇ ମାଟିରେ ଗଢ଼ା ପ୍ରତିମୂର୍ତି ଆକର୍ଷଣ ପାଲଟିବ ।

ଶୀତଳଷଷ୍ଠୀ ଶୋଭାଯାତ୍ରାରେ ଝାଡୁଆପଡାର ୩ଟି ମେଢ଼ ସହିତ ୨୫ଟି ସାଂସ୍କୃତିକ ଦଳ ତଳେ ନାଚିବାର ଯୋଜନା ରହିଛି । ନନ୍ଦପଡ଼ା, ମୁୂଦିପଡ଼ା, ଝାଡୁଆପଡ଼ା ଶୀତଳଷଷ୍ଠୀରେ ୧୦ହଜାରରୁ ଉର୍ଦ୍ଧ୍ୱ କଳାକାର କଳା ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ଏବେଠାରୁ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଚାରିଆଡ଼େ ଦେଖା ଦେଇଛି ଉତ୍ସାହ ।