ଶୀତଳଷଷ୍ଠୀ ପାଇଁ ଚଳଚଂଚଳ ସମ୍ବଲପୁର : ଆଜି ଭୋଳାବାବାଙ୍କ ବିବାହ ଶୋଭାଯାତ୍ରା

52

କନକ ବ୍ୟୁରୋ : ଶୀତଳଷଷ୍ଠୀ ପାଇଁ ଚଳଚଂଚଳ ସମ୍ବଲପୁର ସହର । ଦେବଦମ୍ପତିଙ୍କ ବାହାଘର ପାଇଁ ଏବେ ଉତ୍ସବମୁଖର । ଆଜି ବାହାରିବ ଭୋଳାବାବାଙ୍କ ବିବାହ ଶୋଭାଯାତ୍ରା । ପାରମ୍ପରିକ ନାଚଗୀତ ଭିତରେ ଦେବୀ ପାର୍ବତୀଙ୍କ ଘରେ ପହଂଚିବେ ବରଯାତ୍ରୀ ।

ବୈଦିକ ରୀତି ନିତିରେ ଦେବଦମ୍ପତିଙ୍କ ବିବାହ ଉତ୍ସବ ସଂପନ୍ନ ହେବ । ପୂର୍ବରୁ ସମ୍ବଲପୁରର ବିଭିନ୍ନ ଶୀତଳଷଷ୍ଠୀ କମିଟି ପକ୍ଷରୁ ପତରପେଣ୍ଡି ବା ନିର୍ବନ୍ଧ ପର୍ବ ସଂପନ୍ନ ହୋଇଛି । ସେହିପରି ଦେବାଦେବୀଙ୍କ ପାଖକୁ ପହଂଚିଛି ନିଉତା ବା ନିମନ୍ତ୍ରଣ । ଆଜି ବିବାହ ଉତ୍ସବ ପରେ ୩୦ ତାରିଖ ଯୁଗଳବନ୍ଦୀ ଦର୍ଶନ ଦେବେ ଶିବ-ପାର୍ବତୀ । ଆଉ ତା’ପର ଦିନ ମନ୍ଦିରରେ ପ୍ରବେଶ କରିବେ ନବଦମ୍ପତି ।